Business

କଣ୍ଟାମାଳରେ ପୋଲିସ ତରଫରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

କଣ୍ଟାମାଳ ୯/୧୦ ( ପ୍ରଭାତ କୁମାର ସାହୁ ) : ବୌଦ୍ଧ ଜିଲ୍ଲା ପୋଲିସ ତରଫରୁ ସାଇବର ସୁରକ୍ଷା ସଚେତନତା ରଥ ପରିକ୍ରମା କରି ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରୁଥିବାବେଳେ ସୋମବାର କଣ୍ଟାମାଳରେ ସାଇବର ସୁରକ୍ଷା ସଚେତନତା ରଥ ପହଞ୍ଚି ଅନେକ ଅନୁଷ୍ଠାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପ୍ରଥମେ କଣ୍ଟାମାଳ ରୁ ଏକ ବାଇକ୍ ରାଲିରେ ବାହାରି ରୁଣ୍ଡିମହୁଲ ସ୍ଥିତ ଦାଧିବାଭନ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ପରେ କଣ୍ଟାମାଳର ଅଇଁଲାଚୁଆଁ ଆଦର୍ଶ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ଯକ୍ଷ ଅନନ୍ତ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ସାଇବର ସୁରକ୍ଷା ସଚେତନତା ଟିମର କେତେକ ଟ୍ରେନର କର୍ମଚାରୀ ଦିନକୁ ଦିନ ସାଇବର କ୍ରାଇମ କିପରି ବଢୁଛି ତାକୁ କିପରି ପ୍ରତିହତ କରାଯାଇପାରିବ ଏବଂ ଏହା ଉପରେ ସଚେତନ ହେବା ଉପରେ ସିଧାସଳଖ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ।ପରେ କଳା ମାଧ୍ୟମରେ କିପରି ସାଇବର କ୍ରାଇମରୁ ରକ୍ଷା ମିଳିବ ତା ଉପରେ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ପିଲାଙ୍କୁ ନେଇ କୁଇଜ ପ୍ରତୀଯୋଗିତା ହୋଇଥିଲା।ଏଥିରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୋଲିସ କର୍ମଚାରୀଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କମିଚାରୀ ସହଯୋଗ କରିଥିଲେ। ପରେ କଣ୍ଟାମାଳ ହାଇ ସ୍କୁଲ ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶେଷରେ କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପୋଲିସ ଏସ ଆଇ ତୁଲାରାମ ମହାନନ୍ଦ, ଏସ ଆଇ ସସ୍ମିତା ମଗର ଓ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ରହି ସାଇବର ସୁରକ୍ଷା ଉପରେ ଛାତ୍ରଛାତ୍ରୀ ଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ |

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button