Country

କଣ୍ଟାମାଳରେ ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ

 

କଣ୍ଟାମାଳ,ତା..୯/୧୦:(ପ୍ରଭାତ କୁମାର ସାହୁ)ଦେଶରେ ଆନ୍ତର୍ଜାତିକ ମିଲେଟ ବର୍ଷ ଚାଲିଥିବା ଅବସରରେ ଆଜି ବୌଦ୍ଧ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ୱାଇ. ସି . ଡ଼ି . ଏ ପକ୍ଷରୁ କଣ୍ଟାମାଳ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ ମିଲେଟ୍ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ବ୍ଲକ୍ର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଉପଜିଲ୍ଲପାଳ , ରବୀନ୍ଦ୍ର କହଁର, ଆରକ୍ଷୀ ଅଧିକ୍ଷକ , ରାଜ୍ ପ୍ରସାଦ, ମୁଖ୍ୟ ଜିଲ୍ଲା କୃଷୀ ଅଧିକାରୀ ,ବସନ୍ତ କୁମାର ପାଣିଗ୍ରାହୀ, ବ୍ଲକ୍ କୃଷୀ ଅଧିକାରୀ , ଲଳିତ କୁମାର ସାହୁ, ସହକାରୀ କୃଷୀ ଅଧିକାରୀ, ଚାନ୍ଦିନୀ ପ୍ରଧାନ ପ୍ରମୁଖ ଉପସ୍ଥିତିରେ ଜିଲ୍ଲାରୁ ଓଡ଼ିଶା ମିଲେଟ ମିଶନର ଆକାଉଟେଣ୍ଟ ବନବିହାରୀ ଠାକୁର, ମିଶନ ଶକ୍ତି ସଂଯୋଜକ, ସୁମନ୍ତ ପ୍ରଧାନ, ଆଇ. ସି. ଡ଼ି. ଏସ୍. ସୁପର୍ ଭାଇଜର ଶ୍ରୀମତୀ ସଂଯୁକ୍ତା ସାହୁ, ଯୋଗଦେଇ ସମସ୍ତେ ମିଲେଟ ପ୍ରସ୍ତୁତି ଖାଦ୍ୟ ଖାଇଥିଲେ ଓ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ। ମୁଖ୍ୟ ଜିଲ୍ଲା କୃଷୀ ଅଧିକାରୀ, ବ୍ଲକ୍ କୃଷୀ ଅଧିକାରୀ ଓ ମିଶନ ଶକ୍ତି ସଂଯୋଜକ ପ୍ରତିଯୋଗୀମାନଙ୍କର ଖାଦ୍ୟ ପ୍ରସ୍ତୁତିର ସ୍ଵାଦ ଚାଖି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଭାବରେ ପ୍ରତିଯୋଗୀଙ୍କୁ ଚୟନ କଲାପରେ ତାଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ଅତିଥିମାନଙ୍କଦ୍ୱାରା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଓଡ଼ିଶା ମିଲେଟ୍ ମିଶନର ସଂଯୋଜକ ଗୌରୀ ଶଙ୍କର ଥାଟି, ସହସଂଯୋଜକ ଅନିଲ ବେହେରା, ଆକାଉଣ୍ଟାଣ୍ଟ ଶାମୁକା ପାତ୍ର, ସି.ଆର୍. ପି. ବିଜୟ ମଟାଲି ଓ ଦାଶରଥି ମାଝୀଙ୍କର ପ୍ରମୁଖ ଦାୟିତ୍ୱରେ ସମାପନ କରାଯାଇଥିଲା।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button