ରୁଣ୍ଡିମହୁଲ ବିଦ୍ୟାଳୟରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ

କଣ୍ଟାମାଳ,୯।୧୦: ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଜଗନ୍ନାଥ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଗୋପବନ୍ଧୁଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି ।ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଧୂପଦୀପ ଦେଇ ପୂଜା କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ଗୋପବନ୍ଧୁଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ।ବିଦ୍ୟାଳୟର ସହକାରୀ ଶିକ୍ଷକ ଆଲୋକ ସାହୁ,ପୂର୍ବତନ ସ୍କୁଲ ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚରଣ ସାହୁ,ପରିଚାଳନା କମିଟି ସଦସ୍ୟ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବକ୍ତବ୍ୟ ରଖିଥିଲେ ।ସ୍କୁଲ ଛାତ୍ରୀ ସୁନି ଖଟୁଆ, ବର୍ଷାରାଣୀ ସାହୁ,ଅର୍ଚ୍ଚିତା ମାଝୀ ଓ ପୂଜା ସାହୁ ପ୍ରମୁଖ ଦେଶାତ୍ମ ବୋଧକ ସଙ୍ଗୀତ ଗାନ କରିଥିଲେ ।ଶେଷରେ ସହକାରୀ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
କଣ୍ଟାମାଳରୁ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ-ଓଡ଼ିଶା