Business

ଅବସରପ୍ରାପ୍ତ ଶିକ୍ଷକ କପିଳ ଚରଣ ସେଠୀଙ୍କ ପରଲୋକ।

ବୌଦ୍ଧ-୯-୧୦ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ପଞ୍ଚାୟତ ମାଉଲିମୁଣ୍ଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କପିଳ ଚରଣ ସେଠୀ (୮୨) ଙ୍କ ରବିବାର ସନ୍ଧ୍ୟାରେ ପରଲୋକ ଘଟିଛି।  ଗତ ସପ୍ତାହେ ହେଲା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ହେତୁ ସେ ଶଯ୍ୟାଶାୟୀ ଥିଲେ। ପରଲୋକ ସମୟରେ ତିନି ପୁଅ,ପୁତ୍ରବଧୁ, ଦୁଇ ଝିଅ ଓ ଜୋଇଁଙ୍କ ସହିତ ନାଟିନାତୁଣୀ ମାନେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ସାହିପଡ଼ିଶା ବନ୍ଧୁପରିଜନ ମାଉଲିମୁଣ୍ଡାସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ରବିବାର ରାତି ମହାନଦୀର ସ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ପୁଅ ହିମାଂଶୁ ମୁଖାଗ୍ନି ଦେଇଥିଲେ। ଶ୍ରୀସେଠୀ ଅଁଳାପାଲି ସ୍କୁଲରେ ଶିକ୍ଷକତା କରୁଥିବା ସମୟରେ ୧୯୯୯ ମସିହାରେ ଶିକ୍ଷକତା ବୃତ୍ତିରୁ ଅଵସର ଗ୍ରହଣ କରିଥିଲେ। ସ୍ଥାନୀୟ ଡିମିରିପାଲି ସ୍କୁଲରେ ବହୁ ବର୍ଷ ଧରି ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିବା ସମୟରେ ସେ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ଅଞ୍ଚଳରେ ଖୁବ ପରିଚିତ ଥିଲେ। ତେଣୁ ତାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button