ଜଗତସିଂହପୁର ଠାରେ କଟକ ଦକ୍ଷିଣ ଡାକ ମଣ୍ଡଳର ୪୩ ତମ ପ୍ରତିଷ୍ଠା ଦିବସ ସମାରୋହ !

ଜଗତସିଂହପୁର : ଭାରତର ସର୍ବୋଚ୍ଚ ଭରଷା ଯୋଗ୍ୟ ଓ ସର୍ବପୁରାତନ ସରକାରୀ ସଂସ୍ଥା ହେଉଛି ଡାକବିଭାଗ ! ଓଡ଼ିଶାର କଟକ ଦକ୍ଷିଣ ଡାକମଣ୍ଡଳ ନିଜର ଜାତୀୟ ସଂଚୟ ଯୋଜନାର ସଫଳ ରୂପାୟନ ଓ ବ୍ୟଙ୍କିଙ୍ଗ ସେବା ଯୋଗାଇବାରେ ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଜଗତସିଂହପୁର ଜିଲ୍ଲାସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନଠାରେ କଟକ ଦକ୍ଷିଣ ଡାକ ମଣ୍ଡଳର 43ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆମନ୍ତ୍ରିତ ଅତିଥିମାନେ ମନ୍ତବ୍ୟ ପ୍ରଦାନ କରିଥିଲେ ! ଏହି ଉପଲକ୍ଷେ ଆୟୋଜିତ ସଭାର ଆରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ସମାରୋହକୁ ଉଦଘାଟନ କରାଯାଇଥିଲା । ଏହି ସଭାରେ କଟକ ଦକ୍ଷିଣ ଡାକ ମଣ୍ଡଳର ଡାକ ବିଭାଗ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଓଡିଶା ପରିମଣ୍ଡଳର ନିର୍ଦେଶକ ଶୁଚିସ୍ମିତା ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ! ମୁଖ୍ୟବକ୍ତା ଭାବେ କବି ଓ ଲେଖକ ଡ଼କ୍ଟର ଶୁଭ କୁମାର ଦାସ ଏବଂ ସମ୍ମାନିତ ଅତିଥି ଭାବେ କଟକ ସିଟି ପୋଷ୍ଟାଲ ଡିଭିଜନର ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ସର୍ବେଶ୍ୱର ମିଶ୍ର, ବ୍ୟଙ୍ଗ କବି ଜ୍ଞାନ ହୋତା, ପ୍ରସିଦ୍ଧ ଲେଖକ ଓ ଶିକ୍ଷାବିତ ଶ୍ରୀଯୁକ୍ତ ତୃପ୍ତି ରଞ୍ଜନ ଦାସ ଯୋଗଦେଇ ଥିଲେ !ପରେ ପରେ କଟକ ଦକ୍ଷିଣ ଡାକ ମଣ୍ଡଳର ୨୦୨୨-୨୦୨୩ ବିତ୍ତୀୟ ବର୍ଷରେ ଉତ୍ତମ ପ୍ରଦର୍ଶନ କରିଥିବା ଡାକ କର୍ମଚାରୀ ମାନଙ୍କୁ ମଞ୍ଚାସିନ ଅତିଥିମାନେ ପୁରସ୍କୃତ କରିଥିବାର ଦେଖିବାର ମିଳିଥିଲା |ଉକ୍ତ କାର୍ଯ୍ୟକ୍ରମକୁ ହୃଷିକେଶ ବେହେରା ଓ ଇପ୍ସା ପ୍ରଜ୍ଞା ପରିଡା ସଞ୍ଚାଳନା କରିଥିବା ବେଳେ ମଣ୍ଡଳର ସହକାରୀ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ବିଭୂଦତ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ଯ୍ୟକ୍ରମରେ ଦକ୍ଷିଣ ଡାକମଣ୍ଡଳ ତରଫରୁ ଡାକ କର୍ମଚାରୀଙ୍କ ଦ୍ୱାରା ସଂସ୍କୃତି ଭବନ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ୍ୟ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଡାକ କର୍ମଚାରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଜଗତସିଂହପୁରରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !