କାକଟପୁର ମା ମଙ୍ଗଳା ଦେଵ୍ୟାଃ ଷୋଡଶଦିନାତ୍ମକ ପୂଜାରମ୍ଭ

ଅଦ୍ୟ ଷୋଡଶ ଦିବସୀୟ ଶ୍ରୀଦୁର୍ଗାଦେବ୍ୟାଃ ଉତ୍ଥାପନଂ, ସହସ୍ରାକୁମ୍ଭାଭିଷେକଂ- ପ୍ରମାଣଂ ଯଥା “ସର୍ବ ଦେବୋତ୍ଥିତା ତିଷ୍ଠେତ୍ ଦୁର୍ଗାଲୋକ ହିତାୟବୈ, ସ୍ୱପେତ୍ ଭାଦ୍ର ସିତାଷ୍ଟମ୍ୟାଂ ତ୍ରିପଞ୍ଚ ଦିବସାତ୍ ପରଂ ଉତ୍ତିଷ୍ଠତ୍ୟର୍ଚ୍ଚିତା ଦେବୀ ଷୋଡଶେଽହ୍ନି ନ ରାତ୍ରିତଃ, ଇତି କାଳସାରେ। ଅଦ୍ୟ ମୂଳାଷ୍ଟମୀ ପ୍ରମାଣ ଯଥାଂ- ଯଦାଷ୍ଟମୀଂ ତ୍ୱଂ ସଂପ୍ରାପ୍ୟ ଅସ୍ତଂ ଯାତି ଦିଵାକରଃ ତତ୍ର କୁର୍ଯାତ୍ ନ କୁର୍ଯାତ୍ ଅପରେହନି।”
ଅଷ୍ଟମ୍ୟାଂ ବୋଧନଂ କୃତ୍ବା ପକ୍ଷଂ ସମ୍ପୂଜ୍ୟ ମାନବଃ । ଅଶ୍ବମେଧଂ ଫଳଂ ଲବ୍ଧ୍ବା ଦଶମ୍ୟାଂ ଚ ବିସର୍ଜୟେତ୍ ।।
“କୁହାଯାଇଛି କି ଅଷ୍ଟମୀରେ ବୋଧନ (ଉତ୍ଥାପନ) ପୂର୍ବକ ଯେଉଁ ମାନବ ଏକ ପକ୍ଷ ପର୍ଯ୍ୟନ୍ତ ଦେବୀଙ୍କର ପୂଜାର୍ଚ୍ଚନା କରି ଦଶହରା ରେ ବିସର୍ଜନ କରିଥାଏ ସିଏ ଅଶ୍ବମେଧ ଯଜ୍ଞ ସମାନ ଫଳ ପ୍ରାପ୍ତି କରିଥାଏ ।”
ବ୍ରାହ୍ମ ମୂହୁର୍ତ୍ତରୁ ମା ଙ୍କର ମଙ୍ଗଳ ଆଳତୀ, ମାଜଣା ବେଶ ପରେ ଅନ୍ଯ କୌଣସି ନୀତି କରାଯାଇନଥାଏ। ଅଦ୍ୟ ମୂଳାଷ୍ଟମୀ ରେ ଅଷ୍ଟମୀ ତିଥି ପ୍ରବେଶ କରିବାର ଅବ୍ୟବହିତ ପୂର୍ବରୁ ଶାୟିତ ଜୟଦୁର୍ଗାଙ୍କୁ ଶଯ୍ୟାତ୍ୟାଗ କରାଦିଆଯାଏ। ଅଷ୍ଟମୀ ତିଥି ପ୍ରବେଶ ମାତ୍ରକେ ଷୋଡଶ ଉପଚାର ପୂଜାପଣ୍ଡା ଷୋଡଶ ଉପଚାରରେ ଜଳପୂଜା କରିଥାନ୍ତି ଏବଂ ପରେ ମା ଓ ଚଳନ୍ତି ବିଗ୍ରହ ମାନଙ୍କୁ ଜଳଲାଗି କରିଥାନ୍ତି। ପରେ ପାଳିଆ ପୂଜାପଣ୍ଡା ଠାକୁରାଣୀ ଙ୍କର ମାଜଣା ଓ ବେଶ ନୀତି ସମାପନା କରିଥାନ୍ତି। ଅଖଣ୍ଡ ଦୀପ ପ୍ରଜ୍ବଳିତ କରାଯାଏ। ଏହି ଅଖଣ୍ଡ ଦୀପ ମହାଷ୍ଟମୀ ଯାଏଁ ନିରବଚ୍ଛିନ୍ନ ଭାବେ ଜଳିଥାଏ। ଅଖଣ୍ଡ ଦୀପ ଜଳିବା ପରେ ମନ୍ଦିର ପୁରୋହିତ ଷୋଡଶ ଉପଚାର ପୂଜାପଣ୍ଡାଙ୍କୁ ସଙ୍କଳ୍ପ କରାଇଥାନ୍ତି। ସଙ୍କଳ୍ପ ପରେ ସୂର୍ଯ୍ୟପୂଜା ଓ ସିଂହପୂଜା ନୀତି ବଢିଥାଏ। ପରେ ଷୋଡଶପୂଜା ପୂଜାପଣ୍ଡା ବରୁଣ ପୂଜା କରିଥାନ୍ତି। ବରୁଣ ପୂଜା ପରେ ମା’ ଙ୍କର ବଲ୍ଲଭ ଆଦି ତିନି ଧୂପ ଓ ପାଞ୍ଚ ଅବକାଶ ନୀତି ସମାପନ କରାଯାଏ। ସମସ୍ତ ଧୂପ ଷୋଡଶ ଉପଚାରରେ ପୂଜା କରାଯାଏ।ଏହିପରି ମଙ୍ଗଳା ମନ୍ଦିର ରେ ମୂଳାଷ୍ଟମୀ ନୀତି କରାଯାଇଥାଏ।।
ଏବେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥିବାରୁ ଅହୋ ରାତ୍ର ମନ୍ଦିର ଖୋଲା ରହିବା ସହ ମା ଦୁଇଥର ସ୍ନାନ କରିବେ ଓ ଦୁଇଥର ବେଶ କରାଯିବ। ଦିନର ନୀତି ଶେଷ ହେଲା ବେଳକୁ ସନ୍ଧ୍ୟା ହେବ,ରାତ୍ର ନୀତି ସରିଲା ବେଳକୁ ଭୋର ହେବ।
ବ୍ୟୁରୋ ରିପୋର୍ଟ ସମର୍ଥ ନିୟୁଜ