ନିଆଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣ୍ଟାପଡ଼ା ବ୍ଳକର ୮ନଂ ଜେନରେ ଆମର ପ୍ରିୟ ମାନ୍ୟବର ବିଧାୟକ ନିଆଳି ତଥା କଟକ ଜିଲ୍ଲା ଯୋଜନା କମିଟି ଅଧକ୍ଷ, ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ।


ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମାନ୍ୟବର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ କଂ ଆଦ୍ଵାନକ୍ରମେ ସାରା ରାଜ୍ୟରେ ଆୟୋଜିତ . ଜନସଂପର୍କ ପଦଯାତ୍ରା । ପରିପ୍ରେକ୍ଷିରେ ଆଜି ନିଆଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣ୍ଟାପଡ଼ା ବ୍ଳକର ୮ନଂ ଜେନରେ ଆମର ପ୍ରିୟ ମାନ୍ୟବର ବିଧାୟକ ନିଆଳି ତଥା କଟକ ଜିଲ୍ଲା ଯୋଜନା କମିଟି ଅଧକ୍ଷ, ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପଦଯାତ୍ରାରେ କଣ୍ଟାପଡ଼ା ବ୍ଳକ ୮ନଂଦୋନର ଜିଲ୍ଲାପରିଷଦ ତଥା ସଭାପତି ବିଜେଡି ଦଳ କଣ୍ଟାପଡ଼ା ବ୍ଳକ, ପିୟୁଷରଞ୍ଜନ ମିଶ୍ର, ବିଜୁ ମହିଳା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ସ୍ମିତାରାଣୀ ସ୍ଵାଇଁ, କଟକ ଜିଲ୍ଲା ବିଜେଡିଉପସଭାପତି, ବଳରାମ ପାତ୍ର, ରାଜ୍ୟ ଉପସଭାନେତ୍ରୀ ତଥା ସଭାପତି ବିଶୁ ମହିଳା ଜନତା ଦଳ କଣ୍ଟାପଡ଼ା ବ୍ଳକ ଅନୁସୂୟା ରାୟ, କଣ୍ଟାପଡ଼ା ବ୍ଳକ ଆତ୍ମା ଅଧକ୍ଷ, ନକୁଳ ରାଉତ, ବ୍ଳକ ସଂସଦକ ପ୍ରତିନିଧି ତଥା ଯୁବ ବିଜେଡି ସଭାପତି, ବିମାନ ବିହାରୀ ତେହେରା, କଣ୍ଟାପଡ଼ା ବ୍ଳକ ବିଜେଡି ଡିଜିଟାଲ ସଂମ୍ପାଦକ ପ୍ରିତମ ମହାପାତ୍ର, ଗୋବିନ୍ଦପୁରୁସରପଞ୍ଚସୁମିତ୍ରା କର, ବ୍ରାହ୍ମଣ ସାଇଲ ସରପଞ୍ଚ , ତୃପ୍ତିମୟୀ ରାଉତ, ନୂଆଗାଁ ସରପଞ୍ଚ ସୁପ୍ରିୟା ଭୋଇ, ପାଟସୁନ୍ଦର ପୁରୁସରପଞ୍ଚମାନୁଶ୍ରୀ ମଲ୍ଲିକ, ଝାରପଡ଼ା ସରପଞ୍ଚ ପ୍ରତିନିଧି, ଦିଲ୍ଲୀପ ବେହେରା, ଗୋବିନ୍ଦପୁର ସମିତି ସଭ୍ୟା ସନ୍ଧ୍ୟାରାଣୀ ଦାସ, ବ୍ରାହ୍ମଣ ସାଇଲ ସମିତି ସଭ୍ୟ ପ୍ରଶାନ୍ତ ପାଢୀଙ୍କଂ ସହ ବିଜୁ ଜନତା ଦଳର ଶତାଧିକ ଦଳୀୟ କର୍ମୀ ଯୋଗଦାନ କରି କାର୍ଯ୍ୟ କର୍ମକୁ ସଫଳ କରିଥିବାରୁ ବିଧାୟକ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ।ଏହି ପଦଯାତ୍ରା ମାଧ୍ୟମରେ ସରକାରଙ୍କ କଲ୍ୟାଣକାରୀ କାର୍ଯ୍ୟ ଓ ବିଜୁ ଜନତା ଦଳର ବିକାଶର ବାର୍ତ୍ତା ତୃଣମୂଳ ସ୍ତରରେ ପହଞ୍ଚାଇବାସହ ଲୋକଙ୍କ ନିକଟତର ହୋଇ କାମ କରିବାକୁ ଦଳୀୟ କର୍ମୀଙ୍କ ପାଇଁ ନୂଆ ଉତ୍ସାହ ଓ ସୁଯୋଗ ସୃଷ୍ଟି କରିଛନ୍ତି ।ଏହି କାର୍ଯ୍ୟ କର୍ମକୁ ବ୍ୟାପକ କରିବା ସହ ନୂଆ ଓଡ଼ିଶା ଗଠନ ପାଇଁ ଆଗେଇ ଆସିବାକୁ ମାନ୍ୟବର ବିଧାୟକ ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି, କଣ୍ଟାପଡ଼ା ବ୍ଳକରୁପୁଷ୍ପଲତା ଦୀକ୍ଷିତ କଂ ରିପୋଟ ସମର୍ଥ ନିୟୁଜ-




