Business

ବାଇକ୍ ଦୁର୍ଘଟଣାରେ ଯୁବକ ଆହତ

 

କଣ୍ଟାମାଳ, ୦୮|୧୦(ପ୍ରଭାତ କୁମାର ସାହୁ) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନିକଟସ୍ଥ ମନମୁଣ୍ଡା ଶଗଡା ରାସ୍ତାର ଗୁଡ଼ଭେଲିପଦର ନିକଟରେ ଆଜି ସନ୍ଧ୍ୟା ୭ଟା ସମୟରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପଛରେ ବସିଥିବା ଯୁବକ ଆହତ ହୋଇଥିଲେ | ଦୁର୍ଘଟଣା ପରେ ବାଇକ୍ ଚାଳକ ଆହତ ଯୁବକଙ୍କୁ ଛାଡି ପଳାଇ ଯାଇଥିଲା | ପରେ ସ୍ଥାନୀୟ ଲୋକେ ଆହତ ଯୁବକକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇ ଥିବା ଜଣାପଡିଛି | ଅନ୍ୟପଟେ ବାଇକ୍ ଚାଳକ ଉକ୍ତ ଆହତ ଯୁବକଙ୍କ ମୋବାଇଲ ନେଇ ପଳାଇ ଯାଇଥିବା ଆହତ ଯୁବକ ଅଭିଯୋଗ କରିଛନ୍ତି | ଉଭୟ ମଦ୍ୟପାନ କରି ଯାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଜଣା ପଡ଼ିଛି | ବାଇକ ଚାଳକ ବିଚିକା ଗ୍ରାମର ହୋଇଥିବା ବେଳେ ଆହତ ଯୁବକ ଜଣକ ବୌଦ୍ଧର ଓ ସେ ରାସ୍ତା କାମରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି|

 

କଣ୍ଟାମାଳରୁ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button