ଲେକଟ୍ରିକ୍ସ କମ୍ପାନୀର ଇ ସ୍କୁଟି ସୋ ରୁମ ଉଦଘାଟିତ.


ଭୁବନେଶ୍ୱର, ଆଜି ଲୁଇସ ରୋଡ଼ ମାର୍ଗରେ ଥିବା ଶ୍ରୀ ହସ୍ପିଟାଲ ନିକଟରେ ବହୁ ପ୍ରତିକ୍ଷୀତ ଇ ସ୍କୁଟି ସୋରୁମ ଲେକଟ୍ରିକ୍ସ କମ୍ପାନୀର ଏକଅତ୍ୟାଧୁନିକ ବ୍ୟବସାୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି. ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଲୋପା ମୁଦ୍ରା ବକ୍ସି ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଇ ସ୍କୁଟି ସୋ ରୁମକୁ ଫିତା କାଟି ଉଦଘାଟନ କରିଥିବାବେଳେ ଲେକଟ୍ରିକ୍ସ କମ୍ପାନୀରେ ଉପ ସଭାପତି ନଡ଼ିଆ ଭାଙ୍ଗି ସୋ ରୁମର ପୂଜା କରି ଶୁଭ ଦେଇଥିଲେ. ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଓ ଏସଏଚଜି ଗ୍ରୁପର କମୁନିଟି କ୍ୟାଡର ମହିଳା ମାନଙ୍କୁ ସହଯୋଗ କରିବା ପରିପେକ୍ଷୀରେ ବିନା ସୁଧରେ ଇ ସ୍କୁଟି ଯୋଗାଇବାର ବ୍ୟବସ୍ଥା କରିଥିବାରୁ ଆଜିର ଏହି ସୋ ରୁମ ଅଧିକ ସାହାଯ୍ୟ କରିବ ବୋଲି କହିଛନ୍ତି ଉପଦେଷ୍ଟା ତଥା ଉଦଘାଟକ ଲୋପା ମୁଦ୍ରା ବକ୍ସିପାତ୍ର. ବିଜିନେସକୁ ଆହୁରି ପ୍ରମୋଟ କରିବା ପାଇଁ ଏବଂ ପରିବେଷର ସୁରକ୍ଷା ପାଇଁ ସବସିଡି ଯୁକ୍ତ ଜାନ ଯୋଗାଇବାରେ ଏହି ସୋ ରୁମର ଉଦଘାଟନ ହୋଇଥିବାରୁ ଧନ୍ୟବାଦ ଦେଇଛନ୍ତି ଲେକଟରକ୍ସ କମ୍ପାନୀରେ ଉପ ସଭାପତି ଲିକରୀଶ ତୋପ. ଫ୍ରି ଏନଏର୍ଜି ଓ ପରିବେଶ ଅନୁକୂଳ ଯାନ ହୋଇଥିବାରୁ ଲେକଟ୍ରିକ୍ସ କମ୍ପାନୀ ସହ ଟାଏଅପ କରିଛୁ ବୋଲି କହିଛନ୍ତି ଲେକଟ୍ରିକ୍ସ ସୋ ରୁମର ମୁଖ୍ୟ କୃତାନନ୍ଦ ଆଚାର୍ଯ୍ୟ.
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିୟୁଜ




