

ଆଙ୍କର: ସିକ୍କିମ ଠାରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ରେ ଦେଶର ୨୩ ଜଣ ଜବାନ ଭାସିଯାଇ ନିଖୋଜ ଥିଲେ । ଯେଉଁଥିରେ ଥିଲେ ଓଡ଼ିଶାର ବୀର ସନ୍ତାନ ସରୋଜ କୁମାର ଦାସ ।
ସେ ନିଜ ଟ୍ରୁପ ଟିମ ସହ ଗାଡ଼ିରେ କ୍ୟାମ୍ପ କୁ ଫେରୁଥିବା ସମୟରେ ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ ବନ୍ୟାଜଳ ଆସିବା କାରଣରୁ ସମସ୍ତେ ଭାସି ଯାଇଥିବା ସୂଚନା ଆସିଥିଲା । ତେବେ ଜବାନ ସରୋଜ ଦାସ ନେଇ ତାଙ୍କ ପରିବାରକୁ ମିଲିଟାରୀ ୟୁନିଟ ତରଫରୁ ଜଣାଇ ଦିଆଯାଇଥିଲା । ତେବେ ଗତକାଲି ଓଡ଼ିଶାରେ ତାଙ୍କର ପାର୍ଥିବ ଶରୀର ପହଁଞ୍ଚିବା ପରେ ତାଙ୍କ ବଡ଼ଭାଇ ଙ୍କ ସମେତ ରାଜ୍ୟପାଳ ଗଣେଶୀ ଲାଲ୍ ଜୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ ଙ୍କ ସମେତ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗାର୍ଡ ଅଫ ଅନର କାର୍ଯ୍ୟକ୍ରମ ପରେ ତାଙ୍କ ପାର୍ଥିବ ଶରୀରକୁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସ୍ଥିତ ତାଙ୍କ ଜନ୍ମଭୂମି କେନ୍ଦୁଢିପି ଗ୍ରାମ କୁ ଅଣାଯାଇଥିଲା । ସେଠାରେ ଉପସ୍ଥିତ ହଜାର ହଜାର ସଂଖ୍ୟାର ଜନତା, ଭୁବନ NAC ନଗରପାଳ ଶୁଭେନ୍ଦୁ ସାହୁ, ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ,କାମାକ୍ଷାନଗର NAC ନଗରପାଳ, ଭୁବନ ର ବିଶିଷ୍ଟ ସମାଜସେବୀ ସୁବ୍ରତ କୁମାର ସାହୁ,ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସମେତ ପରିବାର ସହୀଦ ସରୋଜ ଙ୍କ ଶେଷ ଦର୍ଶନ ସମୟରେ ଭାବବି଼ହ୍ୱଳ ହୋଇ କାନ୍ଦି ପକାଇଥିଲେ । ଅତ୍ୟନ୍ତ ଶୋକାକୁଳ ପରିବେଶ ମଧ୍ୟରେ ସାଙ୍ଗମାନଙ୍କ କାନ୍ଧରେ ଗାଁ ମଶାଣି ଯାଏ ନିଆଁ ଯାଇଥିଲା ସରୋଜ ଙ୍କ ପାର୍ଥିବ ଶରୀର । ଏବଂ ସେଠାରେ ପଞ୍ଚଭୂତ ରେ ଲୀନ ହୋଇଥିଲେ ସହୀଦ ସରୋଜ
ଭୁବନ ରୁ ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିୟୁଜ





