Country

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ଆଲୋଚନାଚକ୍ର –

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗ, ପ୍ରାଣୀ ବିଜ୍ଞାନ ବିଭାଗ ଓ ଇକୋ କ୍ଲବ ର ମିଳିତ ସହଯୋଗରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ “ବନ୍ୟପ୍ରାଣୀ ସୁରକ୍ଷା ଆଜିର ଆହ୍ଵାନ ” ଶୀର୍ଷକ ରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ତଥା ପରିବେଶ ବିଜ୍ଞାନୀ ଅଧ୍ଯାପକ ଡଃ ପ୍ରବୀର କୁମାର ଦାସ ଆଲୋଚନାଚକ୍ର ବିଷୟର ଆବଶ୍ୟକତା ବର୍ଣନା କରିବା ସହ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଭାବରେ ବୌଦ୍ଧ ର ସହକାରୀ ବନ ସରଂକ୍ଷକ ମିନାକ୍ଷୀ କରୁଆ ଯୋଗଦାନ କରି ବନ୍ୟପ୍ରାଣୀ ମାନଙ୍କର ଉପାଦେୟତା , ତାର ସରଂକ୍ଷଣ ଉପରେ ବହୁ ଉପାଦେୟ ତଥ୍ୟ ପରିବେଷଣ ସହ ବନ୍ୟ ଜୀବ ଆକ୍ରମଣରେ କ୍ଷତି ହେଲେ ତାର କ୍ଷତିପୁରଣ ଅର୍ଥ ପ୍ରଦାନ ଉପରେ ସୂଚନା ପ୍ରଦାନ କରିଥିଲେ l ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରାଣୀ ବିଜ୍ଞାନୀ, ପ୍ରଶାନ୍ତ କୁମାର ମହାପାତ୍ର ଯୋଗଦେଇ ବନ୍ୟପ୍ରାଣୀ ମାନେ କିପରି ବିଲୁପ୍ତ ଅବସ୍ଥା କୁ ଆସୁଛନ୍ତି ଏବଂ ଧୀରେ ଧୀରେ ଲୋପ ପାଇବାରେ ଲାଗିଛନ୍ତି ସେ ଉପରେ ସୂଚନା ପ୍ରଦାନ କରିଥିଲେ l ସଭାପତି ଭାବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦାନ କରି ପଶୁ ପକ୍ଷୀ ସମସ୍ତଙ୍କର ଏହି ପୃଥିବୀ ରେ ବଞ୍ଚିବାର ଅଧିକାର ଅଛି ଏବଂ ତାଙ୍କର ସବୁସ୍ତରରେ ସରଂକ୍ଷଣ କରାଯିବ ଉଚିତ୍ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ସମ୍ମାନର ଛାତ୍ରଛାତ୍ରୀ ମାନଙ୍କ ସହ ଇକୋ କ୍ଲବ ର ସଦସ୍ୟ ମାନେ ଯୋଗଦେଇ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଶପଥ ନେଇଥିଲେ l ଶେଷରେ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ପୁରସ୍କାର ବଣ୍ଟନ କରାଯାଇଥିଲା l ପ୍ରାଣୀ ବିଜ୍ଞାନ ମୁଖ୍ୟ,ଅଧ୍ଯାପକ ଗୀତାଞ୍ଜଳି ମହାପାତ୍ର ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ l

ବୌଦ୍ଧ ରୁ ଉମାକାନ୍ତ ମହାକୁଳ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button