Orisha

ଅବସରପ୍ରାପ୍ତ କର୍ମଚାରୀ ସଂଘ ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ତିର୍ତ୍ତୋଲ :- ଭାରତର ମର୍ଯ୍ୟାଦା ଜନକ ନାମ ଜାତିର ପିତା ମହାତ୍ମାଗାନ୍ଧୀ ! ମୁକୁଟ ବିହୀନ ସମ୍ରାଟ ଭାବେ ଭାରତର ପୁରପଲ୍ଲୀରେ ଘରେଘରେ ପରିଚିତ ! ତାଙ୍କର ପୁଣ୍ୟ ଜନ୍ମ ଜୟନ୍ତୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ କନକପୁର ଗ୍ରାମ ପଞ୍ଚାୟତ ର ତରାପୁର ସ୍ଥିତ ଭାରତୀ ପ୍ରାଥମିକ ବିଦ୍ୟାଳୟ ପରିସରରେ , ଗତ ସୋମବାର ଦିନ ମଧ୍ୟାହ୍ନ ରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ର ସାଙ୍ଗଠନିକ ବୈଠକ ଓ କୋଷ୍ଟିମଲ୍ଲିକା ପୂର ପଞ୍ଚାୟତ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତୋଲ ବ୍ଲକ ସଂଘ ର ସଭାପତି ଅକ୍ଷୟ କୁମାର ଦାସ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଧୁନଚନ୍ଦ୍ର ସେନାପତି ଙ୍କ ମାର୍ଗ ଦର୍ଶନ ରେ ଓ କାହ୍ନୁ ଚରଣ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ! ଏଥିରେ ଜୋନ ସଭାପତି ବ୍ରଜ କିଶୋର ମଲ୍ଲିକ , ଶାରଦା ପ୍ରସନ୍ନ ଶତପଥୀ , ପଦ୍ମଚରଣ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିବା ବେଳେ , କୋଷ୍ଟିମଲ୍ଲିକା ପୁର ପଞ୍ଚାୟତ ପାଇଁ ନିରଞ୍ଜନ ସାହୁ ସଭାପତି, ଅନ୍ନଦା ପ୍ରସନ ବିଶ୍ୱାଳ ସମ୍ପାଦକ ଓ କାହ୍ନୁ ଚରଣ ପଣ୍ଡା ଙ୍କୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ କରଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସରୋଜ କୁମାର ମହାନ୍ତି , ବାବାଜୀ ବେହେରା , ଅଶୋକ କୁମାର ପରିଡ଼ା , ପ୍ରଫୁଲ୍ଲ ଚନ୍ଦ୍ର ଦାସ , ଅକ୍ଷୟ କୁମାର ପରିଡ଼ା , ଶୁକଦେବ ବାରିକ , ସୁଦର୍ଶନ ନାୟକ , ଦିଗମ୍ବର ରାଉତ , ଦୁର୍ଯୋଧନ ବାରିକ , କୃପାସିନ୍ଧୁ ସେଠୀ , ବାସୁଦେବ ମହାନ୍ତି , ବିଷ୍ଣୁ ଚରଣ ସେଠୀ ପ୍ରମୁଖ ଯୋଗଦେଇ , ନିଜନିଜର ମତାମତ ପ୍ରଦାନ କରିବା ସହିତ ଆଗାମୀ ଅକ୍ଟୋବର ୧୧ ତାରିଖ ରେ ରାଜଧାନୀ ଭୁବନେଶ୍ବର,ଲୋୟର୍ ପି ଏମ ଜି ଛକ ଠାରେ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ସମାବେଶ ଓ ବିକ୍ଷୋଭ କୁ ସଫଳ କରିବାପାଇଁ ବହୁସଂଖ୍ୟାରେ ଯୋଗଦେଇ, ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରିବା ପାଇଁ, ସର୍ବସମ୍ମତି ନିଷ୍ପତ୍ତି କୁ ଗ୍ରହଣ କରାଯାଇ ଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button