Orisha

ଉଦଯାପିତ ହେଲା ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା

 

ବୌଦ୍ଧ (ଚିତ୍ତରଞ୍ଜନସିଂ):- ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ଓରମାସ୍‌ ଓ ବୟନିକାର ମିଳିତ ସହଯୋଗରେ ପ୍ୟାରେଡ ପଡିଆଠାରେ ଅନୁଷ୍ଠିତ ହେଉଥିବା ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା ଶନିବାର ପଞ୍ଚମ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ମହୋତ୍ସବ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇଥିଲେ l ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ

ରବିନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ, ପୂର୍ବତନ ବୌଦ୍ଧ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପତ୍ର ଯୋଗଦେଇଥିଲେ । ଅତିଥିମାନେ ମଞ୍ଚାସୀନ ହେବାପରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧର ଛାତ୍ରୀଛାତ୍ରମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସ୍ୱାଗତ ଭାଷଣ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପତ୍ର ପ୍ରଦାନ କରିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ପ୍ରମୋଦ କୁମାର ପ୍ରଧାନ। ଏହି ଅବସରରେ ମହୋତ୍ସବ ସ୍ମରଣିକା ‘ଯଶୋଧାରା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ଏବଂ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଏହି ମହୋତ୍ସବକୁ ସଫଳ କରିଥିବା ସମସ୍ତ ମହୋତ୍ସବ କମିଟିକୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହାଛଡା ବୌଦ୍ଧ ଜିଲ୍ଲାରୁ କ୍ରୀଡା, ଶିକ୍ଷା, କଳା ଇତ୍ୟାଦିରେ ଉତ୍କର୍ଷ ଲାଭ କରିଥିବା ପ୍ରତିଭା ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l ଉଦଯାପନୀ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ । ହରଭଙ୍ଗା ରୁ ଚିତ୍ତ ରଞ୍ଜନ ସିଂ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button