Orisha

ପୁଣି 55 ନମ୍ବର ଜାତୀୟ ରାଜପଥରେ ହାତୀ ପଲ

ପୁଣି ୫୫ନମ୍ବର ଜାତୀୟ ରାଜପଥରେ ହାତୀ ପଲ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି 55 ନମ୍ବର ଜାତୀୟ ରାଜପଥ ହଳଦିଆବାହାଳ ନିକଟରେ । ଏକ ୨୫ଟିକିଆ ହାତୀ ପଲ ୫୫ ନମ୍ବର ଜାତୀୟ ରାଜପଥର ଗୋଟିଏ ପାଖରୁ ଅନ୍ୟ ପାଖକୁ ପାର ହେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇ ମୋବାଇଲ ଠାରୁ ମୋବାଇଲ ଘୁରି ବୁଲୁଛି ।ଯେହେତୁ ୫୫ ନମ୍ବର ଜାତୀୟ ରାଜପଥ ସଂମ୍ପ୍ରସାରଣ କାମ ଅଧା ପନ୍ତରିଆ ହୋଇ ପଡି ରହିଛି ସେଥିପାଇଁ ରାସ୍ତା ମଝିରେ ବହୁତ ସମୟ ହାତୀ ମାନେ ରାଜପଥ ଉପରେ ଠିଆ ହୋଇ ରହିଲେ । ତେଣୁ ରାସ୍ତା ଅତିକ୍ରମ କରିବା ପାଇଁ ହାତୀ ମାନେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ହାତୀ ମାନେ ରାସ୍ତା ପାର ହେବା ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଗାଡି ମଟର ଅଟକି ରହିଥିଲା। ଘଟଣା ସମ୍ପର୍କ ରେ ଖବର ପାଇଁ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ହାତୀ ଉପରେ ନଜର ରଖିଥିଲେ । ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button