ନାଲିବର ଦାସଙ୍ଗ ସାହିରେ ସପ୍ତ ଦିବସୀୟ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ମୁକ୍ତି ଦିଅନ୍ତି ଭଗବାନ ମୃତ୍ୟୁ ଦିଏ ସଇତାନ , ଭଗବାନଙ୍କ ଅବସ୍ଥିତିକୁ ଭକ୍ତ ମାନଙ୍କୁ ବିଶ୍ଳେଷଣ କରୁକରୁ ବାବା ନିର୍ଭୟାନନ୍ଦ ମହାରାଜ ଜୀ କହିଥିଲେ କି ଭଗବାନ ଙ୍କ ଅବସ୍ଥିତି ନା ସ୍ଵର୍ଗରେ ନା ମନ୍ଦିରରେ, ନା ଅର୍ଦ୍ଧରେ ନା ଉର୍ଦ୍ଧରେ ନଥାଏ ! ଥାଏ ସେଇଠି, ଯୋଉଠି ସଦଭକ୍ତ ମାନଙ୍କର ଉପସ୍ଥିତି ଥାଏ ! ଖବର ଅନୁସାରେ ଜଗତସିଂହପୁର

ଜିଲ୍ଲାର ରଘୁନାଥପୁର ବ୍ଲକର ଏରଡ଼ଙ୍ଗା ପଞ୍ଚାୟତର ୧୨ ନମ୍ୱର ୱାର୍ଡର ନାଲିବର ଦାଶଙ୍କ ସାହିରେ ଅବସ୍ଥିତ ରାଧାକାନ୍ତ ମନ୍ଦିର ପରିସର ମଧ୍ୟରେ ଆସନ୍ତା ମଇ ମାସରେ ଆୟୋଜିତ ହେବାକୁ ଥିବା ବିଶ୍ଵଶାନ୍ତି ଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକରେ ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ !ପ୍ରଥମେ ବାବା ନିର୍ଭୟାନନ୍ଦ ମହାରାଜ ଜୀ ମା’ଶାରଳାଙ୍କ ମନ୍ଦିରରେ ପୂଜାର୍ଚନା କରିବା ସହିତ ପଣ୍ଡା ସେବକ ମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ

ଆଲୋଚନା କରିଥିଲେ ! ତାପରେ ମନ୍ଦିର ବାହାରେ ବସିଥିବା ଭିକ୍ଷୁକ ମାନଙ୍କ ମଧ୍ୟରେ କମ୍ବଳ ଓ ବିସ୍କୁଟ ବଣ୍ଟନ କରିଥିଲେ ! ସେଇଠାରୁ ଯାତ୍ରା କରିଥିଲେ ନାଲିବର ଦାଶଙ୍କ ସାହି ରାଧାକାନ୍ତ ମନ୍ଦିର କୁ ! ଉପସ୍ଥିତ ଭକ୍ତ ମଣ୍ଡଳୀଙ୍କୁ ଉଦବୋଧନ ଦେବାସହ ଆଗାମୀ ମଇ ମାସରେ ହେବାକୁ ଥିବା ଯଜ୍ଞ ବିଷୟରେ ପ୍ରସ୍ତୁତି ପାଇଁ କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ !ମନ୍ଦିର ର ଅଧିକାରୀ ହରେକୃଷ୍ଣ ଦାସ ଙ୍କ ସହିତ, ଯଜ୍ଞ କମିଟି ସଦସ୍ୟ
ଉମେଶ କୁମାର ନନ୍ଦ, ସଭାପତି ଅମୁଲ୍ୟ କୁମାର ଦାସ, ସମ୍ପାଦକ ନିରଞ୍ଜନ ମହାନ୍ତି, କୋଷାଧକ୍ଷା ନୃସିଂହ ଚରଣ ଦାସ, ଉପଦେଷ୍ଟା ରବୀନ୍ଦ୍ର ନାଥ ଦାସ, ପ୍ରବୋଧ ଚନ୍ଦ୍ର ଦାସ, ପ୍ରମୋଦ ଦାସ, ସ୍ୱାଧୀନ ଚୌଧୁରୀ, ନିରଞ୍ଜନ ନାୟକ, ସୁଦର୍ଶନ ସ୍ୱାଇଁ, ରାଜେନ୍ଦ୍ର ନାୟକ,କୈଳାସ ସ୍ୱାଇଁ, ମଧୁଛନ୍ଦା ଦାସ, ସ୍ନିଗ୍ଧାରାଣୀ ଚୌଧୁରୀ, ଗୀତାରାଣୀ ଦାସ, ଉପାଲି ଅପରାଜିତା ଦାସ ପ୍ରସ୍ତୁତି ଆଲୋଚନାରେ ଉପସ୍ଥିତ ଥିଲେ ! ସର୍ବଶେଷରେ ବାବା ନିର୍ଭୟାନନ୍ଦ ମହାରାଜ ଜୀ କିଛି ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରି ଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



