Orisha

ଓବିସି ଜନ ଜାଗରଣ ରଥକୁ ବୌଦ୍ଧ ବ୍ଳକରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା।

ବୌଦ୍ଧ-୨-୧୨ (ସମର୍ଥ ନ୍ୟୁଜ) ରାଜ୍ୟ ଓବିସି ଵର୍ଗଙ୍କ ପାଇଁ ବିଭିନ୍ନ ଦାବି ନେଇ ଝାରସୁଗୁଡାରୁ ବାହାରିଥିବା ଓବିସି ଜନ ଜାଗରଣ ରଥକୁ ବୌଦ୍ଧ ଜିଲ୍ଲା ସଦର ତଥା ବୌଦ୍ଧ ବ୍ଲକର ଜହ୍ନାପଙ୍କ, ସାହାଜପାଲ ଓ ବାଉଁଶୁଣି ଠାରେ ବିଭିନ୍ନ ଜାତି ସମାଜ ଓ କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା  ଦିଆଯାଇଛି। ଏଅବସରରେ ବାଉଁଶୁଣି ସ୍ଥିତ ମା ମାହେଶ୍ୱରୀ ଜୁନିୟର କଲେଜରେ ଅନୁଷ୍ଠିତ ଏକ ସଭାରେ ଓବିସି ମଞ୍ଚର ରାଜ୍ୟ ସଭାପତି ଶଙ୍କର ପାତ୍ର, କୋଷାଧ୍ୟକ୍ଷ ପରଦେଶୀ ବିଶ୍ୱାଳ ଓ ବୌଦ୍ଧ ଜିଲ୍ଲା ଆବାହକ ସରୋଜ ପ୍ରଧାନ ପ୍ରମୁଖ ଭାଷଣ ଦେଇ ଓବିସି

ସଶକ୍ତିକରଣ ପାଇଁ ଜାତି ଜନଗଣନା, ଏସଇବିସିରୁ ଅଲଗା କରି ସ୍ୱତନ୍ତ୍ର ଆରକ୍ଷଣ ସୁନିଶ୍ଚିତ କରିବା, ଓବିସି ପ୍ରମାଣପତ୍ରକୁ ସ୍ଥାୟୀ କରିବା ଆଦି ୧୩ଟି ଦାବି ଉପସ୍ଥାପନ କରି ରଥଯାତ୍ରାର ଉଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ। ଏଥି ସହିତ ଛାତ୍ରଛାତ୍ରୀଙ୍କ ଶିକ୍ଷା ସମ୍ୱନ୍ଧୀୟ ସୁରକ୍ଷାର ବଭିନ୍ନ ବିଷୟରେ ଆଲୋଚନା କରିଥିଲେ। କଲେଜ ଅଧ୍ୟକ୍ଷ ମାନଭଞ୍ଜନ ତ୍ରିପାଠୀ ଓ ସମସ୍ତ ଅଧ୍ୟାପକ, କର୍ମଚାରୀଙ୍କ ସହିତ କୃତ୍ତିବାସ ପଲିଆ, ମହେଶ୍ୱର ପ୍ରଧାନ ଶମ୍ଭୁ ପ୍ରସାଦ ଗାଇଗୌରୀଆ, ସୀତାରାମ ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button