Orisha
ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ।


ବୌଦ୍ଧ -02-10-(ହୃଦାନନ୍ଦ ମେହେର )- ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଲକ୍ଷ୍ମୀପ୍ରସାଦ ଠାରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହୋଇଥିଲା l ପ୍ରଥମେ ଛାତ୍ରଛାତ୍ରୀ ମାନେ ରାମଧୁନ ଗାନ କରିଥିଲେ ଓ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନନ୍ତି ଭୋଇ, ଶିକ୍ଷକ ସନ୍ତୋଷ ବେହେରା, ଶିକ୍ଷୟତ୍ରୀ ଅଞ୍ଜଳି ସେଠୀ, ଶିକ୍ଷକ ଲକ୍ଷ୍ମଣ ମେହେର ଧୂପ, ଫୁଲ ଦେଇ ପୂଜାର୍ଚନା କରିଥିଲେ lଏହାପରେ ଶିକ୍ଷୟତ୍ରୀ ଅନନ୍ତି ଭୋଇ ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ବିଷୟରେ ଭାଷଣ ପ୍ରଦାନ କରିଥିଲେ ଓ ସ୍ୱଚ୍ଛତା ବିଷୟରେ ମଧ୍ୟ ଜ୍ଞାନ ପ୍ରଦାନ କରିଥିଲେ l କିଛି ଛାତ୍ରଛାତ୍ରୀ ମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଷୟରେ ଭାଷଣ ଦେଇଥିଲେ l ଆଜିର ଏହି ଜାତୀୟ ଦିବସରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



