Orisha
ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ।


ବୌଦ୍ଧ -02-10-(ହୃଦାନନ୍ଦ ମେହେର )- ସରକାରୀ ପ୍ରାଥମିକ ବିଦ୍ୟାଳୟ , କୌଡିଆତୋଳା ଠାରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହୋଇଥିଲା l ପ୍ରଥମେ ଛାତ୍ରଛାତ୍ରୀ ମାନେ ରାମଧୁନ ଗାନ କରିଥିଲେ ଓ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ମରଜିତ ପ୍ରଧାନ , ଶିକ୍ଷକ ସୁନୀଲ କୁମାର ଭୋକ୍ତା ଧୂପ, ଫୁଲ ଦେଇ ପୂଜାର୍ଚନା କରିଥିଲେ lଏହାପରେ ଶିକ୍ଷକ ସ୍ମରଜିତ ପ୍ରଧାନ ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ବିଷୟରେ ଭାଷଣ ପ୍ରଦାନ କରିଥିଲେ ଓ ସ୍ୱଚ୍ଛତା ବିଷୟରେ ମଧ୍ୟ ଜ୍ଞାନ ପ୍ରଦାନ କରିଥିଲେ l କିଛି ଛାତ୍ରଛାତ୍ରୀ ମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଷୟରେ ଭାଷଣ ଦେଇଥିଲେ l ଆଜିର ଏହି ଜାତୀୟ ଦିବସରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



