କଣ୍ଟାମାଳ ବ୍ଳକର ବିକଳ ଚିତ୍ର,ଲଗାଣ ବର୍ଷାରେ ରାସ୍ତାର ପାଣି ଘର ଭିତରେ,ପାଣି ପଶି ଭାଙ୍ଗିଲା ଘର,


କଣ୍ଟାମାଳ, ତା: ୩|୧୦ ( ପ୍ରଭାତ କୁମାର ସାହୁ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଚୟନ ଏଠାରେ ବାଟବଣା । ଆସନ୍ତୁ ଦେଖିବା ବିକଳଚିତ୍ର । ଏ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅଂଚଳର ଖଟଖଟିଆ ପଞ୍ଚାୟତ ସ୍ଥିତ ଶ୍ରୀନିବାସପୁର ଗାଁ । ଗତକାଲି ସନ୍ଧ୍ୟାରୁ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ବ୍ଲକର ଅନେକ ଗ୍ରାମରେ କଚ୍ଛାଘର ଗୁଡ଼ିକ ସବୁ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି | ସୂଚନା ଅନୁସାରେ ଶ୍ରୀନିବାସପୁର ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଅନେକ ମାଟି ଘର ଭାଙ୍ଗି ଯାଇଛି | ରାସ୍ତାର ପାର୍ଶ୍ଵରେ ଥିବା ନାଳ ପୋତି ହୋଇଯାଇଥିବାରୁ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଲୋକଙ୍କ ଘର ଭିତରେ ପଶି ଯାଇଛି | ଘର ଭିତରେ ପାଣି ପଶି ଯିବା ଫଳରେ ଗ୍ରାମର ୭ରୁ ଉର୍ଦ୍ଧ ପରିବାର ଏବେ ଜଳବନ୍ଦୀ ଭିତରେ ରହୁଛନ୍ତି | ବର୍ଷା ପାଣି ଯୋଗୁଁ ଲୋକେ ରୋଷେଇ କରି ପାରୁ ନ ଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ପରିବାରର ସମସ୍ତ ସଦସ୍ୟ ମିଶି ଘର ଭିତରୁ ବର୍ଷା ପାଣି ବାହାର କରୁଥିବା ଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି | ଏପଟେ କିଛି ଲୋକଙ୍କ ମାଟି ଘର ଭାଙ୍ଗିଯାଇ ଥିବାରୁ ଗ୍ରାମବାସି ଆବାସ ଯୋଜନାରେ ଘର ଓ ସରକାରୀ ସହାୟତା ଦାବି କରିଛନ୍ତି I
କଣ୍ଟାମାଳ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ, ଓଡିଶା



