ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀ ଜୟନ୍ତୀ -୨୦୨୩ ପାଳିତ


ଢେଙ୍କାନାଳ: ତା.୦୨.୧୦.୨୦୨୩ରିଖ : ( ) ସ୍ଥାନୀୟ ଶତାୟୁ ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀ ଜୟନ୍ତୀ -୨୦୨୩ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ) ଜୁନିୟରଙ୍କ ମାର୍ଗଦର୍ଶନରେ ବରିଷ୍ଠ ସହକାରୀ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଅନ୍ୟତମ ମୁଖ୍ୟବକ୍ତା ଭାବରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ବର୍ତ୍ତମାନର ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣମୟୀ ଶତପଥୀ ଯୋଗଦାନ କରି ଛାତ୍ର – ଛାତ୍ରୀମାନେ ଜୀବନରେ ସବୁକ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଭଳି ମହାପୁରୁଷ ମାନଙ୍କର ସତ୍ୟ , ଅହିଂସା, ଶାନ୍ତି ଓ ମୈତ୍ରୀ ଭଳି ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନକୁ ଗଢ଼ି ତୋଳିବା ଦରକାର ବୋଲି ଦୃଢ଼ ମତପୋଷଣ କରିଥିଲେ।ଏହି ଅବସରରେ ଦଶମ ଶ୍ରେଣୀର ଛାତ୍ର ଆଶୁତୋଷ ତ୍ରିପାଠୀ,ନବମ ଶ୍ରେଣୀର ଦେବୀକ୍ରିଷ୍ଣା ପରିଡ଼ା,ଅଭିଷେକ ଆଚାର୍ଯ୍ୟ,ଅଷ୍ଟମ ଶ୍ରେଣୀର ସାଇ ସ୍ନେହା ବେହେରା,ସପ୍ତମ ଶ୍ରେଣୀର ଇପ୍ସିତା ପ୍ରିୟଦର୍ଶିନୀ ସାହୁ, ଶୁଭମ୍ ଲେଙ୍କା,ରତ୍ନ ମଞ୍ଜରୀ ସାମଲ,ଷଷ୍ଠ ଶ୍ରେଣୀର ଅମିତ୍ ନାୟକ, ମେହେକା ଫାତ୍ ମା, ପଞ୍ଚମ ଶ୍ରେଣୀର ଛାତ୍ରୀ ତେଜସ୍ଵୀନି ମିଶ୍ର, ଉର୍ବୀ ପ୍ରିୟଦର୍ଶିନୀ ବାରିକ,ଅଂଶୁପ୍ରଭା ଷେଣ୍ଢ, ଚତୁର୍ଥ ଶ୍ରେଣୀର ଶ୍ରୀୟାଶ୍ରୀ ସାମଲ,ସାଇ ପ୍ରସାଦ ମିଶ୍ର , ଶୀତଳ ପରିଡ଼ା ପ୍ରମୁଖ ଛାତ୍ରୀ ଛାତ୍ର ବୃନ୍ଦ ଓ ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କର ଜୀବନୀ ଓ ଏହି ମହାପୁରୁଷ ଦ୍ବୟଙ୍କ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଅତି ସୁନ୍ଦର ଭାବରେ ସ୍ୱ ସ୍ୱ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ସଭାପତି ଡ଼ା ଦେବୀ ପ୍ରସାଦ ମିଶ୍ର,ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ମହାମାନବ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୀବନୀକୁ ସବିଶେଷ ଆଲୋଚନା କରି ସତ୍ୟ, ଅହିଂସା,ଶାନ୍ତି,ନ୍ୟାୟ,ଦୟା,କ୍ଷମା ଆଦି ସେମାନଙ୍କର ଦେବ ସୁଲଭ ଗୁଣ ଓ ଆଦର୍ଶସବୁରେ ଅନୁପ୍ରାଣିତ ହୋଇ ସମସ୍ତେ ଏହି ମହାପୁରୁଷ ଦ୍ବୟଙ୍କ ଜୀବନଚର୍ଯ୍ୟାକୁ ନିଜ ନିଜ ଜୀବନରେ ପ୍ରୟୋଗ ଓ ପ୍ରତିଫଳିତ କରିବାକୁ ଚେଷ୍ଟିତ ହୋଇ ସଫଳ ହେଲେ ଏ ଦୁର୍ଲ୍ଲଭ ମାନବ ଜୀବନର ସାର୍ଥକତା ପ୍ରତିପାଦିତ ହୋଇପାରିବ ବୋଲି ଦୃଢ଼ ମତପୋଷଣ କରିଥିଲେ। ଏହାଦ୍ବାରା ସମସ୍ତେ ନିଜର ଜୀବନରେ ଚରମ ସଫଳତା ହାସଲ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ତଥା ଦେଶର ସର୍ବାଙ୍ଗୀନ ଉନ୍ନତିର ସଫଳ ରୂପାୟନ କରିବାକୁ ସମସ୍ତେ ଆଗେଇ ଆସିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।ଏହି ଅବସରରେ ସଭାପତି ଓ ମୁଖ୍ୟବକ୍ତା ପର୍ଯ୍ୟାୟ କ୍ରମେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବିଭିନ୍ନ ପ୍ରତିଯୋଗିତାର ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସ୍ୱରୂପ ପଣ୍ଡିତ ଡ଼ା. ରୁଦ୍ରନାରାୟଣ ମିଶ୍ର ରନିଂ ମେମେଣ୍ଟୋ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଭାପତି ଓ ମୁଖ୍ୟବକ୍ତାଙ୍କ ସମେତ ଉପସ୍ଥିତ ସମସ୍ତେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ, ଧୂପ -ଦୀପ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସୁମଧୁର ସ୍ବାଗତ ସଙ୍ଗୀତ ଗାନ କରିଥିଲେ।ସଭାର ଅନ୍ତିମ ପର୍ଯ୍ୟାୟରେ ଛାତ୍ରୀଛାତ୍ରମାନେ ସୁମଧୁର ଭଜନ ଓ ସଙ୍ଗୀତ ପରିବେଷଣ କରିଥିଲେ।ଗାନ୍ଧିଜୀଙ୍କ ପ୍ରିୟ ପ୍ରାର୍ଥନା ମଧ୍ୟ ସମସ୍ତେ ଶ୍ରବଣ କରିଥିଲେ। ବିଦ୍ୟାଳୟର ୧୯୮୦ ମସିହା ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ,ମୋ ସ୍କୁଲ କାର୍ଯ୍ୟକ୍ରମର ସଂଯୋଜକ, ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ,ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନର ଆଭିମୁଖ୍ୟ ବର୍ଣ୍ଣନା,ସଭାପତି ଭାବରେ କାର୍ଯ୍ୟକ୍ରମର ସଫଳ ପରିଚାଳନା ଓ ସଂଯୋଜନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଆଲୁମିିନି ଆସୋସିଏସନର ସଭ୍ୟ ସଭ୍ୟା ବୃନ୍ଦ,ଅଭିଭାବକ, ଅଭିଭାବିକା ଓ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ୧୯୭୯ ବ୍ୟାଚ୍ ପ୍ରାକ୍ତନ ଛାତ୍ରୀ ତଥା ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣମୟୀ ଶତପଥୀ, ବିଦ୍ୟାଳୟର ୧୯୮୦ ମସିହା ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ,ମୋ ସ୍କୁଲ କାର୍ଯ୍ୟକ୍ରମର ସଂଯୋଜକ,ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର,ବିଦ୍ୟାଳୟର ସଂସ୍କୃତି ବିଭାଗର ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ପ୍ରାକ୍ତନ ଛାତ୍ର,ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ,ବାଳକ ବିଭାଗର ଦାୟିତ୍ୱରେ ଥିବା ଅଫିସର ଦିପ୍ତିଶ କୁମାର ଶତପଥୀ, ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ ଅଫିସର ଧ୍ୟାନଚାନ୍ଦ ମିଶ୍ର,ସମର ଶିକ୍ଷାର୍ଥୀ ସ୍ଥଳ ବାଳକ ବାହିନୀର ପ୍ରାକ୍ତନ ଏନ୍.ସି.ସି. ଅଫିସର୍ ,ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ,ସୁଜାତା ପଣ୍ଡା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ, ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀର ଥାର୍ଡ ଅଫିସର ଅନୁପମା ପଣ୍ଡା,ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ସମର ଶିକ୍ଷାର୍ଥୀ ନୌବାହିନୀ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ କିରଣମୟୀ ମହାଳିକ ଓ କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,କଲ୍ୟାଣୀ ବଡ଼ଜେନା,ଏଲିମେଣ୍ଟାରି ଶିକ୍ଷୟିତ୍ରୀ ଅନିତା ସାହୁ,ସ୍ମିତା ପଟ୍ଟନାୟକ,କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ, ଭୋକେଶନାଲ ଦାୟିତ୍ୱରେ ଥିବା ଶୁଭଶ୍ରୀ ଦେବସ୍ମିତା ରାଉତ, ସୁଜିତ କୁମାର ବାରା, ବାସୁଦେବ ରଣା,ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ, ବିଦ୍ୟାଳୟରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ



