Orisha

ଅବକାରୀ ଅପରେସନ,କୋଲର ରୁ ଧରାପଡ଼ିଲା 172 ବୋତଲ ବିଦେଶୀ ମଦ ସହ ବିକ୍ରେତା ! 

ତିର୍ତ୍ତୋଲ :- ଅକ୍ଟୋବର ଦୁଇ ତାରିଖ, ଦେଶ ପାଳନ କରୁଛି ଗାନ୍ଧୀ ଜୟନ୍ତୀ ! ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ କରୁଛନ୍ତି ପ୍ରଭାତ ଫେରି ! କିନ୍ତୁ ଅବକାରୀ ଅଧୀକ୍ଷକ ବୈଜୟନ୍ତୀ ପଣ୍ଡା ଙ୍କ ନିର୍ଦେଶରେ ଜଗତସିଂହପୁର ଅବକାରୀ ମଞ୍ଜୁଲତା ରାଉତ, ଓଆଇସି ସୌମ୍ୟରଞ୍ଜନ ବେହେରା,ଓମ୍ ପ୍ରକାଶ ବସ୍ତିଆ, ତିର୍ତ୍ତୋଲ ଓଆଇସି ବଳରାମ ଦାଶ, କନେଷ୍ଟବଳ ମନୋଜ କୁମାର ପରିଡା, ସୁମନ୍ତ କୁମାର ମହନ୍ତ, ଲକ୍ଷ୍ମୀ ନାରାୟଣ ମଲ୍ଲିକ, କଲ୍ୟାଣୀ ସେଠୀ, ଏବଂ ତିର୍ତ୍ତୋଲ ଥାନାର ଦୁଇଜଣ ପୋଲିସ କର୍ମଚାରୀ ଅବକାରୀ ଅପରେସନ ରେ ପେଟ୍ରୋଲିଙ୍ଗ ଆରମ୍ଭ କରିଦେଲେ ! ଦୀର୍ଘଦିନ ଧରି ଅବକାରୀ ବିଭାଗ ଆଖିରେ ଧୂଳି ଫିଙ୍ଗି ଚକମା ଦେଖାଉଥିଲେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ କୋଲର ଗ୍ରାମର ଭାବଗ୍ରାହୀ ବେହେରା ! ଚୋରାରେ ବିକ୍ରିକରୁଥିଲେ ଶହଶହ ବୋତଲ ବିଦେଶୀ ମଦ ! ପୋଲିସ ପାଉନଥିଲା ଟେର ! କଥାରେ ଅଛି ଚୋର ଘର ସବୁଦିନ ଅନ୍ଧାର ନଥାଏ, ଦିନେନାଦିନେ ଆଲୋକ ଜଳିବ, ଲୁଚାଚୋରା କାରବାର ଆଲୋକରେ ଧରାହେବ ! ସୁଯୋଗର ଅପେକ୍ଷାରେ ଥିଲେ ଅବକାରୀ ବିଭାଗ !ଗାନ୍ଧୀ ଜୟନ୍ତୀରେ ମଦ ବିକ୍ରି ପାଇଁ ଭାବଗ୍ରାହୀ ଯୋଜନା କରିଥିବା ବେଳେ, ସବୁ ଯୋଜନାକୁ ବିଫଳ କରିଦେଇ ମଦ ସହିତ କାବୁ କରିନେଲେ ଅବକାରୀ ଟିମ୍ ର କୁଶଳୀ ଯୋଦ୍ଧା ! ଅବଶ୍ୟ କିଛି ସମୟ ଅବକାରୀ ଅଫିସର ମାନଙ୍କୁ ଠେଲା ପେଲା ଓ ଧକମ୍ ଧକ୍କା ସହିବାକୁ ପଡିଛି ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି ! ଏଥିପାଇଁ ତିର୍ତ୍ତୋଲ ଥାନାରେ ଏକ ଏଫଆଇଆର ଦିଆଯାଇଛି ବୋଲି ସୂଚନା ମିଳିଛି !ଭାବଗ୍ରାହୀ ଠାରୁ ଜବତ ହେଇଥିବା 172 ବୋତଲ ବିଦେଶୀ ମଦର ପରିମାଣ 30 ଲିଟର 960 ମିଲି ଲିଟର ଅଟେ ! ଯାହାର ମୂଲ୍ୟ 30 ହଜାରରୁ ଉର୍ଦ୍ଧ୍ୱ ! ଏହି ସଫଳତା ହାସଲ ପାଇଁ ଜଗତସିଂହପୁର ମୋବାଇଲ ସ୍ୱାର୍ଡ, ତିର୍ତ୍ତୋଲ ଅବକାରୀ ଥାନା ଏବଂ ତିର୍ତ୍ତୋଲ ଥାନା ର ପୋଲିସ ଷ୍ଟାଫ୍ଙ୍କ ମିଳିତ ଉଦ୍ୟମରେ ଚଢ଼ାଉ ଯୋଗୁ ଏହି ଅପରେସନ ସଫଳ ଓ ସମ୍ଭବ ହୋଇପାରିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button