ସୁବଳୟା ଥାନା ରେ ଗଞ୍ଜାଇ ଜବତ 3ଗିରଫ l


ଆଙ୍କର -ସୁବର୍ଣ୍ଣପୁର ଜିଲ୍ଲା ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପଲଟିଥିବାବେଳେ ,ଜିଲ୍ଲାର କେତେକ ସ୍ଥାନରେ ନିତି ଦିନ ଠାବ ହେଉଛି ଗଂଜେଇ ଚୋରା ଚାଲାଣ । କେତେବେଳେ ଜିଲ୍ଲା ମୁଖ୍ୟାଳୟ ତ ଆଉ କେତେବେଳେ ଜିଲ୍ଲାର ଅନ୍ୟ ସ୍ଥାନରେ ଠାବ ହେଉଛି ଚୋରା ଗଞ୍ଜେଇ l ଠିକ୍ ସେହିପରି ଗତକାଲି ଅପରାହ୍ନରେ ଜିଲ୍ଲାର ସୁବଳୟା ଥାନା ପୋଲିସ କୌଣଷି ସୂତ୍ରରୁ ଖବର ପାଇ,ସୁବଳୟା କଦଳିଗଡ ମୁଖ୍ୟ ରାସ୍ତାର ଆମ୍ବଝରି ଛକରୁ ୫ କିଲୋ ଗଂଜେଇ ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି l ତେବେ ଅଭିଯୁକ୍ତ ମାନେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମର ଶମ୍ଭୁ ସାହୁ, ନଟବର ମନହରୀ ଓ ମନମୁଣ୍ଡା ଥାନା ଅନ୍ତର୍ଗତ ଝିଙ୍କରପାଲି ଗ୍ରାମର ଅମରେଶ ଖଟୁଆ ବୋଲି ଜଣା ପଡିଛି l ତେବେ ଏକ୍ଜିକ୍କୁଟିଭ ମାଜିଷ୍ଟେଟ୍ ଙ୍କ ଉପସ୍ଥିତିରେ ଜବତ୍ ଗଞ୍ଜେଇକୁ ଓଜନ୍ କରିବାରୁ ୫କେଜି ୯୦୦ ଗ୍ରାମ ବୋଲି ଜଣା ପଡିଛିl ପ୍ରଥମେ ଗଞ୍ଜେଇ ଧରିବା ଖବର ପାଇଁ କେତେ ଜଣ ଗଣମାଧ୍ୟମ ପ୍ରତିନିଧି ଖବର ପ୍ରସାରଣ କରିବା ପାଇଁ ସୁବଳୟା ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କୁ ପଚାରିବାରୁ ସୁବଳୟା ଥାନା ଅଧିକାରୀ 10 kg ଗଂଜେଇ ସହ ସହ ୩ ଜଣ ଅଟକ ରଖିଥିବା କହିଥିବା ବେଳେ ପରେ ଏହା କିପରି 5kg 900 ଗ୍ରାମ ହେଲା ବୋଲି ଗଣ ମାଧ୍ୟମ ପ୍ରତିନିଧି ମାନେ ପ୍ରଶ୍ନ କରିଥିଲେ ହେଲେ ଥାନା ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା l ଏଠାରେ ପ୍ରଶ୍ନ ଉଠେ ଯେ ଗଂଜେଇ ମାଫିଆ ଙ୍କ ସହ ଥାନା ବାବୁ ମାନଙ୍କ କିଛି ଡିଲ ହେଲା କି? ଏନେଇ ଜନସାଧାରଣରେ ପ୍ରଶ୍ନ ଉଠେ l କିଛି ସମୟ ପରେ ଥାନାର ଜଣେ ମ୍ୟାଡ଼ାମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତର ରଖି କହିଛନ୍ତି ଯେ ସାର ଟେନସନ ରେ କହି ଦେଇଛନ୍ତି ଥାନାର ସିସିଟିଭି ରୁ ଜଣାପଡିବ ଯେ ପ୍ରକୃତ ରେ କେତେ ଗଂଜେଇ ଜବତ ହୋଇଥିଲା? ତେବେ ଅଭିଯୁକ୍ତ ମାନେ ନାଲିରଙ୍ଗର ପେସନ୍ ପ୍ରୋ ଓଡି ୩୧-୯୮୪୦ ଏବଂ ଏଚ୍ ଏଫ୍ ଡିଲକ୍ସ ଓଡ଼ି ୨୭-୧୬୨୨ ବାଇକ୍ ଦ୍ଵାରା ଏହି ଗଞ୍ଜେଇ ଚାଲାଣ କରୁଥିବାବେଳେ ,ଆଜି ସ୍ଥାନୀୟ ପୋଲିସ ଥାନା କେଶ୍ ନମ୍ବର ୧୬୭/୨୩,୨୯ ପୋଲିସ ଏହି ଗାଡି ଦୁଇଟି ଜବତ କରି ଏନ୍ ଡି ପିଏସ ଆକ୍ଟ୍ ରେ ଏକ ମାମଲା ରୁଜୁ କର ।
ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡି ଆ ଙ୍କ ରିପୋର୍ଟ ସମର୍ଥ ନିୟୁଜ



