କଣ୍ଟାମାଳରେ ବିଜେଡିର ପ୍ରସ୍ତୁତି ବୈଠକ।


କଣ୍ଟାମାଳ, ତା ୨/୧୦ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଯୁବ ବିଜେଡି ସଭାପତି ତଥା କନ୍ଧମାଳ ଲୋକସଭା ସାଂସଦ ପ୍ରତିନିଧି ଶମ୍ଭୁ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଆଜି କଣ୍ଟାମାଳ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ମାସ ବ୍ୟାପି ଚାଲିବାକୁଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରାର ଆୟୋଜନକୁ ନେଇ ଅନୁଷ୍ଠିତ ଏହିଁ ପ୍ରସ୍ତୁତି ବୈଠକରେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ମହିଳା ନେତ୍ରୀ ଶ୍ରୀମତୀ ସସ୍ମିତା ସେନାପତି, କଣ୍ଟାମାଳ ବ୍ଳକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, କଣ୍ଟାମାଳ ବ୍ଳକ ବିଜେଡି ସଭାପତି ପ୍ରେମରାଜ ରଣା, ଜିଲ୍ଲା ଉପସଭାପତି ସୁଧୀର ମହାକୁଡ଼,ଯୁବ ନେତା ସୁଧାଂଶୁ ରଣା, ଜାନି ସେନାପତି, ଆଇନଜୀବୀ ରାଧାବଲ୍ଲଭ ପ୍ରଧାନ , ପ୍ରଦୀପ ଅଗ୍ରୱାଲ ସମେତ ବହୁ ବିଜେଡି ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଚଳିତ ମାସ ଅକ୍ଟୋବର ୫ତାରିଖ ଶୁକ୍ରବାର ଦିନ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ମନମୁଣ୍ଡାଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ସାଧାରଣ ସଭା ଆୟୋଜନ ହେବlନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା l ଏହିଦିନ ମନମୁଣ୍ଡା ର କପାସିରା ଠାରୁ ସକାଳ ୧୦ଟା ସମୟରୁ ଏହି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ମନମୁଣ୍ଡା ଖେଳପଡିଆଠାରେ ଆୟୋଜିତ ସାଧାରଣ ସଭା ପରେ ଶେଷ ହେବl ସ୍ଥିର ହୋଇଛି l ଶେଷରେ ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଓ ଜନସାଧାରଣ ଯୋଗଦେବା ପାଇଁ କଣ୍ଟାମାଳ ବ୍ଳକ ବିଜେଡି ସଭାପତି ପ୍ରେମରାଜ ରଣା ନିବେଦନ କରିବା ସହ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
କଣ୍ଟାମାଳ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ, ଓଡ଼ିଶା



