Orisha

ଗାନ୍ଧୀ ଜୟନ୍ତୀରୁ କଣ୍ଟାମlଳରେ ବିଜେଡିର ଜନସମ୍ପର୍କ ଯାତ୍ରା ଆରମ୍ଭ

କଣ୍ଟାମାଳ, ତା.୨/୧୦ (ପ୍ରଭାତ କୁମାର ସାହୁ) କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରତିବନ୍ଧକ ସତ୍ତ୍ଵେ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତାଧୀନ ବିଜୁ ଜନତା ଦଳ ସରକାର ରାଜ୍ୟର ପ୍ରଗତି ଓ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଓ ସରକାରଙ୍କ ଜନ କଲ୍ୟାଣ ଯୋଜନାର ସଫଳତା କଥା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆଜି ଅକ୍ଟୋବର ୨ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀଠାରୁ ମାସ ବ୍ୟାପି ହେବାକୁଥିବା ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କଣ୍ଟାମlଳରୁ ହୋଇଯାଇଛି l ଏହିଁ ଅବସରରେ ବିଜେଡି ଯୁବନେତା ସୁଧାଂଶୁ ରଣା, ବିଜେଡି ମହିଳା ନେତ୍ରୀ ଶ୍ରୀମତୀ ସସ୍ମିତା ସେନାପତି, ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟାକ୍ଷ ଶଙ୍କର୍ଷଣ ପ୍ରଧାନ, କଣ୍ଟାମାଳ ବ୍ଳକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, କଣ୍ଟାମାଳ ଯୁବ ବିଜେଡି ସଭାପତି ଶମ୍ବୁ ପ୍ରସାଦ ସାହୁ, ବ୍ଳକ ବିଜେଡି ସଭାପତି ପ୍ରେମରାଜ ରଣା, ବିଜେଡି ଜିଲ୍ଲା ଉପସଭାପତି ସୁଧୀର ମହାକୁଡ଼, ଆଇନଜୀବୀ ରାଧାବଲ୍ଲଭ ପ୍ରଧାନ , ସୁରେଶ ଚନ୍ଦ୍ର ରଣା, ମୁରଲୀ ସେଠି ସମେତ ବହୁ ସଂଖ୍ୟାରେ ବିଜେଡି କର୍ମୀ କଣ୍ଟାମାଳ ପୂର୍ତ୍ତ ବିଭାଗ ବଙ୍ଗଳlରୁ ବାହାରି ବିଜୁପଟ୍ଟନାୟକ ଛକସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣ ବୟାବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ପରେ ପବିତ୍ର ଗାନ୍ଧିଜୀଙ୍କ ଜୟନ୍ତୀ ଅବସରରେ ବିଭିନ୍ନ ସ୍ଲୋଗାନ ସହ ପଦଯାତ୍ରାର ଶୁଭାରମ୍ଭ ହୋଇଥିଲା l କାର୍ଯ୍ୟକ୍ରମରେ ବିଜେଡିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ତାପରେ ପୂର୍ତ୍ତି ବିଭାଗ ଡ଼ାକବଙ୍ଗଳାରେ ବ୍ଳକର ବିଜେଡି ସଭାପତି ପ୍ରେମରାଜ ରଣାଙ୍କ ସଭାପତିତ୍ଵରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ସୋଇଥିଲାl ବୈଠକରେ ଆଗାମୀ ୫ ତାରିଖରେ ମନମୁଣ୍ଡାରୁ ଦେଉଳି ଆଦି ସ୍ଥାନମାନଙ୍କରେ ପଦଯାତ୍ରା ହେବାନେଇ ସଭାପତି ଶ୍ରୀ ରଣା ପ୍ରକାଶ କରିଛନ୍ତି। ଏଥିରେ ସମସ୍ତ ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

କଣ୍ଟମାନ ବ୍ଳକରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ, ଓଡିଶା

Related Articles

Back to top button