Orisha
ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ନାରାୟଣନଗର ଠାରେ ପଞ୍ଚମ ଲୋକକଳା ଗ୍ରାମ ବାର୍ଷିକ ଉତ୍ସବ ଅନୁଷ୍ଠିତ l


ବୌଦ୍ଧ -02-10- ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ନାରାୟଣନଗର ଠାରେ ପଞ୍ଚମ ଲୋକକଳା ଗ୍ରାମ ବାର୍ଷିକ ଉତ୍ସବ ସୋମବାର ଦିନ ଗୋଟାଏ ସମୟରେ ଅନୁଷ୍ଠିତ ହୋଇଛି l ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାତଃ ସମୟରେ ରାମଧୁନ ଗାନ କରାଯାଇଥିଲା l ଏହାସହ ସଂକୀର୍ତନ୍ୟ ସହ କଳାକାରମାନେ ଏକ ଶୋଭାଯାତ୍ରାରେ ଲୋକକଳା ଗ୍ରାମ ପରିକ୍ରମା କରିଥିଲେ l ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହଙ୍କ ଅଧକ୍ଷତରେ ଆୟୋଜିତ ପଞ୍ଚମ ବାର୍ଷିକୀ ଉତ୍ସବରେ ଅତିଥିଭାବେ ବରିଷ୍ଠ ସାହିତ୍ୟିକ ତଥା ARCS ହାଡିବନ୍ଧୁ ମହାକୁଡ଼ ମୁଖ୍ୟ ଅତିଥି , ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ନୀଳଲୋହିତ ମହାପାତ୍ର , ପୂର୍ବତନ ସରପଞ୍ଚ ଭୋଳାଗିରି ସାହୁ ପ୍ରମୁଖ ଯୋଗଦେଇଥିଲେ l ସଭାରେ କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଂଚଳର ବୁଣାକାର ଓ କଳାକାର ମାନେ ଯୋଗ ଦେଇଥିଲେ |

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



