Orisha

ଲୋକକଳା ଗ୍ରାମ କନକପୁର ରେ ପଞ୍ଚମ ବାର୍ଷିକ ସାଂସ୍କୃତିକ ସମାରୋହ

ତିର୍ତ୍ତୋଲ :- ବିଗତ 2019 ମସିହାରେ ଲୋକକଳା ଗ୍ରାମ ଭାବେ ଝଙ୍କଡର କନକପୁର କୁ ଘୋଷଣା କରାଯାଇଥିବା ବେଳେ ବହୁ କଳାର ସମ୍ଭାର ନେଇ କନକପୁର ନିବାସିନୀ ମା ‘ ଶାରଳା ଙ୍କ ପୀଠ ସର୍ବଦା ଚର୍ଚ୍ଚାରେ ରହି ଆସିଛି ! ଆଜି ଗାନ୍ଧୀଜୟନ୍ତୀ ଅବସରରେ ଜଗତସିଂହପୁର ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ,ଲୋକକଳା ଲୋକସଙ୍ଗୀତ ଓ ଲୋକନୃତ୍ୟ ର ଏକ ବିଶାଳ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାଂସ୍କୃତିକ ସଭା ରେ ରାଜ୍ୟ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ସୂଚୀସ୍ମିତା ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ମୁଖ୍ୟବକ୍ତା ଭାବେ ଉପ-ଜିଲ୍ଲପାଳ କଳ୍ପିତା ଜେନା , ଓ ସମ୍ମାନୀତ ଅତିଥି ଭାବେ ତିର୍ତ୍ତୋଲ ବ୍ଲକ ଉପାଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି , ତିର୍ତ୍ତୋଲ ବ୍ଲକ ଅତିରିକ୍ତ ବିଡ଼ିଓ ସତ୍ୟଜିତ ସ୍ୱାଇଁ , ପାଲାଗାୟକ୍ ବନମାଳୀ ପତି , ପଣ୍ଡିତ ପ୍ରବୋଧ କୁମାର ରଥ , ଜିଲ୍ଲା କଳା ସଂସ୍କୃତି ସଂଘ ର ଉପସଭାପତି ଅଭିମନ୍ୟୁ ନାୟକ , ପୁର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ଅରବିନ୍ଦ ଜେନା , ଏରସମା ବ୍ଲକ ଉପସଭାପତି ନାରାୟଣ ସାହୁ , ବାଲିକୁଦା ବ୍ଲକ ଉପସଭାପତି ବସନ୍ତ ନାୟକ ଓ ସମାଜସେବୀ ଯଶୋବନ୍ତ ରାଉତ ପ୍ରମୁଖ ଯୋଗଦେଇ, କଳା ସଂସ୍କୃତି ଓ ଭାଷା ସାହିତ୍ୟ କ୍ଷେତ୍ରରେ ଜଗତସିଂହପୁର ଜିଲ୍ଳାର ଅବଦାନ ସମ୍ପର୍କରେ ତଥ୍ଯ ସମ୍ବଳିତ ସ୍ମୃତି ଚାରଣ କରିଥଲେ। ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଦିଲ୍ଲୀପ କୁମାର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବ୍ଲକ ଉପସଭାପତି ଶିଶିର କୁମାର ପଣ୍ଡା ଙ୍କ ସଭାପତିତ୍ବ କରିଥିବା ବେଳେ ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ମଞ୍ଚ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସାରଳା ଘଟନୃତ୍ୟ ଗୁରୁ ଗୌରାଙ୍ଗ ଚରଣ ରାଉଳ ଓ ସାଥୀମାନେ , ଘୋଡ଼ା ନାଚ ଗୁରୁ ହେମନ୍ତ କୁମାର ରାଉତ ଓ ସାଥିବୃନ୍ଦ୍ , ସଙ୍କୀର୍ତ୍ତନ , କାଠିଲଉଡି ଆଦି ମୋଟ ସାତଗୋଟି ଦଳ ଦ୍ବାରା ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ତିର୍ତ୍ତୋଲ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ କାଜଲ କୁମାର ସାହୁ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା !ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମାଜସେବୀ ଓ ଯୁବସଂଗଠକ ଦେବେନ୍ଦ୍ର କୁମାର ମହାନ୍ତି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button