ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଦ୍ୱାରା ମହାତ୍ମାଗାନ୍ଧୀ ଓ ଲାଲବାହାଦୁରଙ୍କ ଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ


ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଦ୍ୱାରା ମହାତ୍ମାଗାନ୍ଧୀ ଓ ଲାଲବାହାଦୁରଙ୍କ ଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି |ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ରାଜକିଶୋର ପଣ୍ଡିତଙ୍କ ଉଦ୍ୟମରେ ଓ ଅଧ୍ୟକ୍ଷ ଡ଼ ତ୍ରିଲୋଚନ ଜେନାଙ୍କ ତତ୍ତ୍ୱାବଧାନରେ ସଫେଇ କାର୍ଯ୍ୟ ସହ ଜନସଚେତନତା ସୃଷ୍ଟି କରାଯାଇଛି |କଲେଜର ସଦସ୍ୟ ଡ଼. ରଜନୀକାନ୍ତ ଜେନା, ହେମନ୍ତ ମାଝୀ, ଶଙ୍କର ଦଳାଇ, ସୁଚିଲତା ଜେନା, ସୁରେଶ ଚନ୍ଦ୍ର ପାତ୍ର, ରାଧାରାଣୀ ନାୟକ, ପଞ୍ଚରତ୍ନ ଗିରି, ରାଜେନ୍ଦ୍ର ନାୟକ, ସୁଶାନ୍ତ କୁମାର ସେଠି,ନିହାର ରଞ୍ଜନ ମାଝୀ, ଚନ୍ଦନ ମାଝୀ, ଯୋଗେନ୍ଦ୍ର ରଣା, ସନ୍ତୋଷ ବଗର୍ତ୍ତୀ, ଜଗନ୍ନାଥ ସୁନାନୀ ସହ ଜାତୀୟ ସେବା ଯୋଜନାର ସ୍ବେଛାସେବୀ ଲୋପାମୁଦ୍ରା ଦୀପ,କ୍ଷୀରାଦ୍ରି ମାଝୀ, ଅମିନା ସାହୁ, ରିଙ୍କି ମେହେର, ଆଦ୍ୟାଶା ସାହୁ, ତଥା ମହାବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କ ମିଳିତ ସହଯୋଗରେ ଆଜିର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ କାର୍ଯ୍ୟକ୍ରମଟି ସୁରୁଖୁରୁରେ ସମାପିତ ହୋଇଥିଲା |ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ



