Orisha
ମାଟୁପାଲି ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ


ଉଲୁଣ୍ଡା ୨/୧୦(ନିପ୍ର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ର ମାଟୁପାଲି “ରାଧା “ସେଚ୍ଛାସେବୀ ସଂଗଠନ ତରଫରୁ “ରାଧା ” କାର୍ଯ୍ୟାଳୟ ରେ ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଛି। ଏଥିରେ ପ୍ରକଳ୍ପ ସଂଯୋଜକ ବିନୋଦ କୁମାର ବେହେରା ଯୋଗ ଦେଇ ଦୁଇ ସ୍ବାଧିନତା ସଂଗ୍ରାମୀ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୀବନୀ ଉପରେ ଅବଗତ କରାଇଥିଲେ। ଏଥିରେ ସେଚ୍ଛାସେବୀ ଶମ୍ଭୁରାଜ କର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅହିଂସାର ଶପଥ ପାଠ ଗୈରବ ଦିଗଲ କରାଇଥିଲେ। ପରିଶେଷରେ ମହିଳା ସ୍ଵାସ୍ଥ୍ୟ କର୍ମି ରୁପାଞ୍ଜଳି ସେଠି ଧନ୍ୟବାଦ ଅର୍ପଣ ଦେଇଥିଲେ।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନୀୟୂଜ



