Orisha

ବିନିକା ବ୍ଲକ କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ଓ ନୂତନ ପଞ୍ଚାୟତ ସଭାପତିଙ୍କୁ ସମର୍ଦ୍ଧନା ।

ବିନିକା, ୩/୧୦ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ଚନ୍ଦ୍ରମା ହୋଟେଲରେ ବିନିକା କଂଗ୍ରେସ ପକ୍ଷରୁ ଆଜି ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ବିନିକା ବ୍ଲକ କଂଗ୍ରେସ ସଭାପତି ରବିନ୍ଦ୍ର ହୋତାଙ୍କ ସଭାପତିତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ କଂଗ୍ରେସ ବିଧାୟକ ବିନୋଦ ପାତ୍ର ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସେହିପରି ବୀରମହାରାଜପୁର ବ୍ଲକ ସଭାପତି ବସନ୍ତ ମହାକୁର, ଓବିସି ସେଲ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜଟୀ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ପଣ୍ଡା, ନରେନ୍ଦ୍ର ସାହୁ ଆଦି ମଞ୍ଚାସିନ ଥିଲେ। ବିନିକା ବ୍ଲକ କଂଗ୍ରେସ ତରଫରୁ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳନ କରାଯାଇ ବିନିକା ବ୍ଲକ ର ସମସ୍ତ ନୂତନ ପଂଚାୟତ ସଭାପତି ଓ ଛାମୁଆ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରାଗଲା। ଏହି ଅବସରରେ କୃଷ୍ଣ ଚନ୍ଦ୍ର ପାତ୍ର, ପଞ୍ଚାନନ ପାତ୍ର, ସୂର୍ଯ୍ୟ କୁମାର ଖେତି, ଶିବ ଖମାରି, ମିତ୍ରଭାନୁ ଭୋଇ, ରାମଜୀ ମହାନନ୍ଦ, ପଦ୍ମିନୀ ଭୋଇ, ସିତା ପୂଟେଲ, ସମିତ୍ରି ତରିଆ, ରାଘବ ଦାଶ, ଶୁଧାଂଶୁ ପଣ୍ଡା, ଗୋବିନ୍ଦା ଝାଙ୍କର, ଟିକୁ ହୋତା, ରଶ୍ମିରଞ୍ଜନ ବିଶି, ଋଷଭ ଭୋଇ, ବିଶ୍ଵାମିତ୍ର ପଣ୍ଡା, ଅଶୋକ ମହାନନ୍ଦ, ରାଧା ମାଧବ ଭୋଇ, ଜୟ ନାରାୟଣ ନାଏକ, ରାଘବ ବାଘ, ନରସିଂହ ମିଶ୍ର, ବାଲେଶ୍ବର ସାହୁ, ଦୁର୍ଯ୍ୟୋଧନ ଖେତି, ସିତାରାମ ବହିଦାର, ନୀଳାଞ୍ଚଳ ଷାଣ୍ଢ, ଆନନ୍ଦ ଦାସ, ସୁରଥ ପଧାନ, ଜିନ୍ଦାର ମହାନନ୍ଦ, ନବଘନ ନାଗ, ବିଶ୍ଵନାଥ ନେଗି ଆଦି କଂଗ୍ରେସ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ବିଜୟ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)

Related Articles

Back to top button