Orisha
ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ, ଫିକା ପକାଇଦେଲା ଲଘୁଚାପଜନିତ ଲଗାଣ ବର୍ଷା, କଣ୍ଟାମାଳ ଅଞ୍ଚଳର ଅନେକ ସ୍କୁଲରେ ପାଳନ ହୋଇଅଛି ।।


ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ, ଫିକା ପକାଇଦେଲା ଲଘୁଚାପଜନିତ ଲଗାଣ ବର୍ଷା, କଣ୍ଟାମାଳ ଅଞ୍ଚଳର ଅନେକ ସ୍କୁଲରେ ପାଳନ ନେହିଲା ।
କଣ୍ଟାମାଳ,ତା୨/୧୦:(ପ୍ରଭାତ କୁମାର ସାହୁ)ଆଜି ଅକ୍ଟୋବର ୨ତାରିଖ ଗାନ୍ଧି ଓ ଶାସ୍ତ୍ରୀଜୀଙ୍କ ଜନ୍ମତିଥି । ଏହି ଅବସରରେ ପ୍ରତ୍ୟେକ ବିଦ୍ୟାଳୟରେ ଏହି ମହାପୁରୁଷଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ସ୍ୱଚ୍ଛତା ଦିବସ ପାଳନ କରିବା କଥା। ହେଲେ ଲଘୁଚାପଜନିତ ଲଗାଣ ବର୍ଷା ଧୋଇନେଲା ଛାତ୍ରଛାତ୍ରୀଙ୍କ ଉତ୍ସାହ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅଞ୍ଚଳର କେତେକ ଅନୁଷ୍ଠାନ ଛାଡ଼ିଦେଲେ ବିନା ଛାତ୍ରଛାତ୍ରୀରେ ପାଳନ ହୋଇଥିବା ଆମ ନଜରକୁ ଆସିଛି।
କଣ୍ଟାମାଳ ବ୍ଳକରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ, ଓଡ଼ିଶା



