ନାକଡେଇଁ ରେ ଏକଲ ଅଭିଯାନ ବାର୍ଷିକ ପ୍ରଶିକ୍ଷଣ ସମାରୋପ


ଉଲୁଣ୍ଡା ୨/୧୦ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମରେ” ଏକଲ୍ ଅଭିଯାନ ର ବାର୍ଷିକ ପ୍ରଶିକ୍ଷଣ ଅଭ୍ୟାସ ବର୍ଗ ” ସମାରୋପ ହୋଇଯାଇଅଛି। ଗତ ତା ୨୨ ସେପ୍ଟେମ୍ବର ରୁ ଆରମ୍ଭ ହୋଇ ଆଜି ୧ ଅକ୍ଟବର ରେ ସମାରୋପ ହୋଇଯାଇଛି । ଏହି କାର୍ଯକ୍ରମ ରେ ଶଶିଭୂଷଣ ନାୟକ ଅତିଥି ପ୍ରଦାନ କରିଥିଲେ ।ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ଡ. ଅନିରୁଦ୍ଧ କୁରୁକୁରିଆ ଯୋଗ ଦେଇଥିଲେ। ଶିକ୍ଷାଳୟରେ ଆଦର୍ଶବାଦ ଏବଂ ଗୋଟିଏ କାଲାଂଶ ରେ ଭାଷା, ଗଣିତ ଓ ପରିବେଶ ଶିକ୍ଷାଦାନର ପ୍ରାସଙ୍ଗିକତା ସମ୍ପର୍କରେ ମତ ରଖିଥିଲେ । ସମ୍ବଲପୁର ଅଞ୍ଚଂଳ ର ଉଲୁଣ୍ଡା ସଂଚ,ବୀରମହାରାଜପୁର ସଂଚ ଓ ବଡ଼ମାଳ ସଞ୍ଚ ତିନୋଟି ସଞ୍ଚ କୁ ନେଇ ୧୦ଦିନ ପ୍ରଶିକ୍ଷଣ ଚାଲିଥିଲା। ଏକଲ ଅଭିଯାନ ର ଅଦ୍ଦକ୍ଷ ତଥା ରାଷ୍ଟ୍ରୀୟ ପର୍ଯାବରଣ ପ୍ରମୁଖ ଧର୍ମ ନିରଞ୍ଜନ ପଣ୍ଡା ଯୋଗ ଦେଇଥିଲେ। ଏହି ପ୍ରଶିକ୍ଷଣ ର ସର୍ବ ବ୍ୟବସ୍ଥା ପ୍ରମୁଖ ରାଷ୍ଟ୍ରୀୟ ଯୁବ ସ୍ୱେଚ୍ଛାସେବି ତଥା ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରୀ, ଗ୍ରାମ ପ୍ରମୁଖ ରାତ୍ର ପଧାନ,ଏକଳ୍ ଅଭିଯାନ ର କର୍ୟକର୍ତ୍ତା ଅଭିଯାନ ପ୍ରମୁଖ ପ୍ରଦୀପ କୁମର ସ୍ୱାଇଁ, ପ୍ରାଥମିକ ଶିକ୍ଷା ପ୍ରମୁଖ ଶଶିଭୂଷଣ ନାୟକ, ଗ୍ରାମ ସ୍ଵରାଜ ପ୍ରମୁଖ ରମାକାନ୍ତ ପଧାନ , ବି ଏମ୍ ପୁର ସଞ୍ଚ ପ୍ରମୁଖ କାଳିଆ କଲତା, ଉଲୁଣ୍ଡା ସଞ୍ଚ ପ୍ରମୁଖ ଦେବାର୍ଚ୍ଚନ ନାଏକ, ବଡ଼ମାଳ ସଞ୍ଚ ପ୍ରମୁଖ ଅଜିତ ବିଶ୍ବାଳ ସହଯୋଗ କରିଥିଲେ। ଏହି ପ୍ରଶିକ୍ଷଣ ରେ ଆଚାର୍ଯ୍ୟ ଆଚାର୍ଯା ଉପସ୍ଥିତ ରହି ମାତୃଭାଷା, ଗଣିତ , ପରିବେଶ ବିଜ୍ଞାନ , ସଂସ୍କାର ଉପରେ ପ୍ରଶିକ୍ଷକମନେ କଲାଂଶ କରିଥିଲେ। । ୧୦ ଦିନ ଧରି ଏହି ପ୍ରଶିକ୍ଷଣ ରେ ବୌଦ୍ଧିକ, ଶୈଖିକ, ଶାରିରୀକ , ସଫେଇ , ଯୋଗ ଅଭ୍ୟାସ କାଲାଂଶ ହେଉଥିଲା। ଶେଷରେ ପ୍ରଦୀପ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ ଦେଇଥିଲେ।
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ



