Orisha
ଢେଙ୍କାନାଳ ଜିଲ୍ଲା ପୋଲିସ ତରଫରୁ ଢେଙ୍କାନାଳ ସଦର ର ବିଭିନ୍ନ ସ୍ଥାନରେ ପାଠପ୍ରାନ୍ତ ନାଟକ ମାଧ୍ୟମରେ,ସାଇବର ସୁରକ୍ଷା ଅଭିଯାନ ର ଶୁଭାରମ୍ଭ


ଢେଙ୍କାନାଳ ସଦର -ସାଇବର ସୁରକ୍ଷା 2023-ଢେଙ୍କାନାଳ ଜିଲ୍ଲା ପୋଲିସ ତରଫରୁ ଢେଙ୍କାନାଳ ସଦର ର ବିଭିନ୍ନ ସ୍ଥାନରେ ପାଠପ୍ରାନ୍ତ ନାଟକ ମାଧ୍ୟମରେ,ସାଇବର ସୁରକ୍ଷା ଅଭିଯାନ ର ଶୁଭାରମ୍ଭ କରାଯାଇଛି! ଏହି ନାଟକ ମାଧ୍ୟମରେ ଜନସାଧାରଣ କିପରି ସାଇବର ଅପରାଧରୁ ସୁରକ୍ଷିତ ରହିବେ ସୋସିଆଲ ମିଡ଼ିଆ ବ୍ୟବହାର କ୍ଷେତ୍ରରେ ସତର୍କତା, ପିଲାଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବା, ଆର୍ଥିକ କାରବାର ସମୟରେ ସତର୍କ ରହିବା, ଅନଲାଇନ ସପିଙ୍ଗ ରେ ସତର୍କତା, କେ୍ୱାଇସି /ଆଧାର /ପ୍ୟାନ, ସର୍ଚ୍ଚ ଇଂଜିନ ବ୍ୟବହାର, ନିଯୁକ୍ତି, ଲୋନ ଆପ, ମାଟ୍ରିମୋନିଆଲ ଓ ଉପହାର, ଅଜଣା କଲ /ସିମ, ଟାୱାର ବସେଇବା ନାମରେ ଵା ଓଏଲଏକ୍ସ ଠକେଇ ଆଦିରୁ କିପରି ନିଜକୁ ସୁରକ୍ଷିତ ରଖିବେ ତା ଉପରେ ବିଶେଷ ଗୁରତ୍ୱ ଦିଆଯାଇଛି! ସଚେତନ ରହିବା ଓ ସାଇବର ଅପରାଧ କୁ ରୋକିବା! ସାଇବର ଅପରାଧ ସହାୟତା ନଂ 1930…ଏବଂ ଇ ମେଲ -www.cybercrime.gov.in
ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ



