କଣ୍ଟାମାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ସ୍ଵଛତା ହିଁ ସେବା ପାଳିତ ଓ ଶପଥ ପାଠ


କଣ୍ଟାମାଳ, ତା ୧/୧୦:(ପ୍ରଭାତ କୁମାର ସାହୁ)ଭାରତକୁ ଆବର୍ଜନା ମୁକ୍ତ ଭାରତ ଗଢିବା ଲକ୍ଷ୍ୟରେ ଭାରତ ସରକାରଙ୍କ ଆହ୍ଵାନ କ୍ରମେ ରବିବାର ଦିନ ଦେଶର କୋଣ ଅନୁକୋଣରେ ସ୍ଵଛତା ହିଁ ସେବା ଦିନ ୧୦ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଗୋଟାଏ ଘଣ୍ଟା ପାଇଁ ପାଳିତ ହୋଇଯାଇଛି। ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଘଣ୍ଟାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧ନଂଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ, ଡା.ପତିତପାବନ ବିଶିଙ୍କ ତତ୍ତ୍ଵାବଧାନରେ ସମସ୍ତ କର୍ମଚାରୀ ଓ ବୌଦ୍ଧ ଜିଲ୍ଲା ବିଜେପି ଉପସଭାପତି ଚିତ୍ତରଞ୍ଜନ ପାତ୍ରଙ୍କ ସହ ବିଜେପି କର୍ମୀ ଗୋପୀନାଥ କହିଁର,ସୁରେଶ ମହାପାତ୍ର, ସୂର୍ଯ୍ୟଦେହୁରୀ, ଦିଲିପ ଚୌହାନ , ବୁଦ୍ଧିଜୀବୀ ଶ୍ରୀପତି ମଲିକ,ଗଜେନ୍ଦ୍ର କହଁର, ଲିପୁନ ପ୍ରଧାନ, ନିଳାଚଳ ଭୋଇ, ପ୍ରେମଲାଲ ମହାନ୍ତି,ସାମ୍ବାଦିକ ପ୍ରଭାତ ସାହୁ ମିଳିତଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିସରରେ ସଫେଇ କାର୍ଯ୍ୟକରିଥିଲେ।ଅନ୍ୟପଟେ ଘଣ୍ଟାପଡ଼ା ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଗୁରୁଚରଣ ସେଠୀ, ଜିଆରଏସ ଶଙ୍କର ପ୍ରଧାନ ଓ ନାଏବ ସରପଞ୍ଚ ନବିନ କିଶୋର ମେଣ୍ଡିଲିଙ୍କ ନେତୃତ୍ଵରେ ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟା , ଅଙ୍ଗନୱାଡ଼ି କର୍ମୀ,ଡିଜିଟାଲ ସଖି, ଆଶାକର୍ମୀ ଯୋଗ ଦେଇ ଘଣ୍ଟାପଡ଼ାର ସମଲେଶ୍ଵରୀ ମନ୍ଦିର ପରିସର ସଫାସୁତୁରା କରିଥିଲେ।ପରେ ଘଣ୍ଟାପଡ଼ା ନଂ୧ଅଙ୍ଗନୱାଡି କେନ୍ଦ୍ରରେ ଶପଥପାଠ କରିଥିଲେ। ସେହିପରି କଣ୍ଟାମାଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଅନନ୍ତ ପ୍ରଧାନଙ୍କ ନେତୃତ୍ଵରେ ସମସ୍ତ ଅଧ୍ୟାପକଅଧ୍ୟାପିକା, ଶିକ୍ଷକଶିକ୍ଷୟତ୍ରୀ,ସମସ୍ତ କର୍ମଚାରୀ ଓ ଛାତ୍ରୀନିବାସର ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ପରିସର ଓ ଛାତ୍ରୀ ନିବାସର ପରିସର ସଫା କରିଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ,ଓଡ଼ିଶା



