Orisha

ପୋଲିସ ପ୍ରଶିକ୍ଷଣ ଶିବିର ସୋଲର, ଛତିଆ ସମାଜ ସେବୀ ସଂଗଠନ, ଓ ସରପଞ୍ଚ ଛତିଆ ଙ୍କ ଉଦ୍ୟମ ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

 

ଆଜି ପୋଲିସ ପ୍ରଶିକ୍ଷଣ ଶିବିର ସୋଲର, ଛତିଆ ସମାଜ ସେବୀ ସଂଗଠନ, ଓ ସରପଞ୍ଚ ଛତିଆ ଙ୍କ ଉଦ୍ୟମ ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ସୋଲର ମା ମଙ୍ଗଳା ମନ୍ଦିର ଠାରୁ ଛତିଆ ବଟ ମନ୍ଦିର ପର୍ଯ୍ୟନ୍ତ 2କିଲୋ ମିଟର ମହାତ୍ମା ଗାନ୍ଧୀ ମାର୍ଗ କୁ ସଫା କରି ଥିବା ଦେଖିବାକୁ ମିଳିଛି, ରାସ୍ତା ଉପରେ ଓ ଆଖ ପାଖ ରେ ବହୁ ଦିନ ରୁ ପଡି ରହିଥିବା ଅଳିଆ ଆବର୍ଜନା କୁ ପରିଷ୍କାର କରି ଟ୍ରାକ୍ଟର ଓ ମିନି ଟ୍ରକ ରେ ଅନ୍ୟତ୍ର ଫିଙ୍ଗି ଥିଲେ, ବ୍ଲିଚିଙ୍ଗ ପକାଇ ଥିଲେ, ସୋଲର ଗ୍ରାମ ବାସି ଙ୍କ ତରଫରୁ ନିତୁ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ, ଠିକ ସେହିପରି ସୋଲର ମାନସ ରାଉତ ରାୟ ଙ୍କ ନେତୃତ୍ୱ ରେ ବହୁ ସ୍ୱେଚ୍ଛାସେବୀ ଯୁବ ଗୋଷ୍ଠୀ ଏକତ୍ରିତ ହୋଇ ମଙ୍ଗଳା ମନ୍ଦିର ଓ ଗ୍ରାମ ଭିତରେ ଥିବା ଆବର୍ଜନା ମୟ ପରି ବେଶ କୁ ପରିଷ୍କାର ପରିଚ୍ଛନ କରିଥିଲେ, ସରପଞ୍ଚ ରମେଶ ପୃଷ୍ଟି ଙ୍କ ଉଦ୍ୟମ ରେ ଛତିଆ ପଂଚାୟତ ର ସବୁୱାର୍ଡ ସଭ୍ୟ ସଭ୍ୟା ଅଙ୍ଗନ ବାଡ଼ି କର୍ମୀ ଆଶା କର୍ମୀ ଓ ମହିଳା ସୋ୍ୟଙ୍ଗ ସହାୟକ ଗୋଷ୍ଠୀ ଏକଜୁଟ ହୋଇ ଅମରେଶ୍ୱର ମନ୍ଦିର ଭିତରେ ଅଳିଆ ଆବର୍ଜନା କୁ ପରିଷ୍କାର କରି ଥିଲରାମଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ,

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button