ଓଡ଼ିଶାରେ ଅତ୍ୟାଧୁନିକ ଅର୍କେଷ୍ଟ୍ରା ପାର୍ଟି ଜୈ ହୋ ଅର୍କେଷ୍ଟ୍ରା ଉଦଘାଟିତ.


ଭୁବନେଶ୍ୱର, ଆଜି ସ୍ଥାନୀୟ ରେଡକ୍ରସ ଭବନରେ ସମସ୍ତ ଜିଲ୍ଲାରୁ ବିଶେଷ କରି ଗ୍ରାମାଞ୍ଚଳରେ ଥିବା ସଂଗୀତକାର ମାନଙ୍କୁ ନେଇ ଏବଂ ନୂତନ ଭାବେ ଅତ୍ୟାଧୁନିକ ବାଦ୍ୟ ଯନ୍ତ୍ରକୁ ନେଇ ଜୈ ହୋ ଅରକେଷ୍ଟ୍ରା ପାର୍ଟି ଗଠନ ହୋଇଯାଇଛି. ପାର୍ବଣ ଋତୁ ଆସୁଥିବାରୁ ଓ ଦର୍ଶକ ମାନଙ୍କ ଆଗ୍ରହ ମେଲୋଡି ପ୍ରତି ଚାହିଦା ବୃଦ୍ଧି ପାଉଥିବା ପରିପେକ୍ଷୀରେ ପୁରାତନ ହିନ୍ଦୀ ଗୀତ, ଆଧୁନିକ ଓଡ଼ିଆ ସଂଗୀତ ଓ ପ୍ରିୟ ଭଜନ ଗୁଡିକ ସମାରୋହରେ ଲୋକ ମାନଙ୍କୁ ଆନନ୍ଦିତ କରିବା ଏହି ଅର୍କେଷ୍ଟ୍ରାର ମୂଳ ଉଦେଶ୍ୟ ଓ ଗାଁ ମାନଙ୍କରେ ଲୁଚି ଯାଉଥିବା ପ୍ରତିଭା, ସଂଗୀତକାର ମାନଙ୍କୁ ଆଗକୁ ଆଣିବା ପାଇଁ ଏହା ଏକ ପ୍ରୟାସ ବୋଲି କହିଛନ୍ତି ଜୈ ହୋ ଅର୍କେଷ୍ଟ୍ରାର ମୁଖ୍ୟ ନିର୍ଲିପ୍ତା ଦାସ. ଆବଶ୍ୟକ ପଡିଲେ ଆମେ ଗାଁକୁ ଯାଇ ସଂଗୀତ କାର ମାନଙ୍କ ପାଖରେ ପହଂଚି ସେମାନଙ୍କ ସ୍ୱରକୁ ଲୋକମାନଙ୍କୁ ପହଞ୍ଚାଇବୁ ବୋଲି କହିଛନ୍ତି ଜୈ ହୋ ଅର୍କେଷ୍ଟ୍ରାର ମ୍ୟାନେଜର ମନୋଜ ଦଳେଇ. ବିଭିନ୍ନ ବୟସର ଲୋକଙ୍କ ପସନ୍ଦର ଗୀତ ପରିବେଷଣ କରିବୁ ଆଜି ସବୁ ଜିଲ୍ଲାରୁ ସଂଗୀତ କାର ମାନେ ଆସିଛନ୍ତି ଦଶହରା ପାଇଁ ପ୍ରସ୍ତୁତି ଚାଲିଛି, ଗୀତ ସାଙ୍ଗକୁ ନାଚ ବ୍ୟବସ୍ଥା ଅଛି ଓ ଆଗାମୀ ଦିନ ପ୍ରସ୍ତୁତି ପାଇଁ ଆଜି ଏକାଠି ହୋଇ ଏଠାରେ ସଂଗୀତ ଉତ୍ସବ ପାଳନ କରୁଛୁ ବୋଲି କହିଛନ୍ତି ମୁଖ୍ୟ ପୃଷ୍ଠପୋଷକ ଅର୍ଜୁନ ପ୍ରଧାନ.
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିୟୁଜ



