ବୌଦ୍ଧ ଜିଲ୍ଲା ଓବିସି ମଞ୍ଚର ସାଂଗଠନିକ ବୈଠକ।


ବୌଦ୍ଧ-୧-୧୦ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ତୁଳସୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଓବିସି ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ସରୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଓବିସି ମଞ୍ଚର ସଭାପତି ଶଙ୍କର ପାତ୍ର ମୁଖ୍ୟ ଅତିଥି ଓ ଅଚ୍ୟୁତ ଛତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କୃତ୍ତିବାସ ପଲିଆ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଦେଶବନ୍ଧୁ ମହାକୁଳ ଧନ୍ୟବାଦ ଦେଇଥିଲେ। ମଞ୍ଚକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏକ ୧୧ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା। ବୈଠକରେ ଓବିସି ବର୍ଗ ବିଭିନ୍ନ ଜାତି ସମାଜର କାର୍ଯ୍ୟକର୍ତ୍ତା ଦିବ୍ୟଶଙ୍କର ରାଉତ, ଲଳିତ ସାହୁ, ପୂର୍ଣ୍ଣଚନ୍ଦ୍ର ବସ୍ତିଆ, ପଞ୍ଚାନନ ପୃଷ୍ଟି, ସତ୍ୟବାନ ସାହୁ, ଧନେଶ୍ୱର ସାହୁ, ନବୀନ ପ୍ରଧାନ, ରଞ୍ଜନ ଖଟୁଆ ମହେଶ୍ୱର ପ୍ରଧାନ, ସ୍ୱାଧୀନ ପ୍ରଧାନ ଶରତ ପ୍ରଧାନ, ବଶିଷ୍ଟ ପ୍ରଧାନ, ସନ୍ତୋଷ ଭୋଇ, ନବଘନ ମେହେର, ସିତାରାମ ସାହୁ, ବିଜୟ ମେହେର, ଠାକୁର ନାୟକ, ବିବର୍ତ୍ତନ ଗୁରୁ, ମଧୁସୂଦନ ସାହୁ, ବିପ୍ରଚରଣ ବେହେରା, ରଞ୍ଜନ ପାତ୍ର, ଉତ୍ତମ ମହଲା, ପୂର୍ଣ୍ଣଚନ୍ଦ୍ର ଥପା, ଚୈତନ୍ୟ ମଲ୍ଲିକ, ଦୀନବନ୍ଧୁ ଦେହୁରୀ, ମୁରଲୀ ଖଟୁଆ, ଶମ୍ଭୁ ଗାଇଗୌରୀଆ, ଉମାକାନ୍ତ ମହାକୁଳ ପ୍ରମୁଖ ଯୋଗ ଦେଇଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।



