ଯୋଗିନ୍ଦ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ


କଣ୍ଟାମାଳ, ତା ୧/୧୦:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଯୋଗିନ୍ଦ୍ରପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏବଂ ଗ୍ରାମ ପଞ୍ଚାୟତଠାରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଏହା ସହିତ ବିଶ୍ଵ ବାୟୋବୁଦ୍ଧ ଦିବସ ମଧ୍ୟ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ତପସ୍ଵିନୀ ମେହେରଙ୍କ ସହିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ବହୁମୁଖି ସ୍ୱାସ୍ଥ୍ୟ କର୍ମୀ ବିପ୍ର ଚରଣ ମହଲା, ଯୋଗିନ୍ଦ୍ରପୁର ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଏବଂ ଯୋଗିନ୍ଦ୍ରପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଅନ୍ତର୍ଗତ ସମସ୍ତ ଗ୍ରାମର ଆଶା କର୍ମୀ , ଅଙ୍ଗନୱାଡ଼ି କର୍ମୀ ଏବଂ ପୁରୁଷ ଓ ମହିଳାମାନେ ଉପସ୍ଥିତ ଥିଲେ l ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏବଂ ଗ୍ରାମ ପଞ୍ଚାୟତର ସଫେଇ କାର୍ଯ୍ୟ କରାଯିବା ପରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l
ଉକ୍ତ ବୈଠକରେ ଗ୍ରାମ ପରିମଳ ଓ ସ୍ବଚ୍ଛତା ବିଷୟରେ ଆଲୋଚନା କରାଗଲା l
ବାୟୋବୃଦ୍ଧ ବ୍ୟକ୍ତିମାନେ ଆମର ଉପଦେଷ୍ଟା ଓ ମାର୍ଗଦର୍ଶକ l ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ପାରିବାରିକ ସ୍ନେହ ସହଯୋଗ ସେମାନଙ୍କୁ ସୁଖି ଓ ନିରୋଗୀ ରଖିପାରିବ l ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ବାର୍ଦ୍ଧକ୍ୟ ଜନିତ ସ୍ବାସ୍ଥ୍ୟ ସେବା ମାଗଣାରେ ଉପଲବ୍ଧ ଉପରେ ଆଲୋଚନା କରାଯାଇଥିଲାl
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ, ଓଡ଼ିଶା



