ଆମ୍ବଗାଁରେ କଂଗ୍ରେସର ଘରେ ଘରେ ହାତ କାର୍ଯ୍ୟକ୍ରମ


କଣ୍ଟାମାଳ,ତା: ୧/୧୦:(ପ୍ରଭାତ କୁମାର ସାହୁ) ରାଷ୍ଟ୍ରିୟକଂଗ୍ରେସର ଅଧକ୍ଷଙ୍କ ନିର୍ଦ୍ଦେଶକ୍ରମେ ଜନସମ୍ପର୍କ ସ୍ଥାପନ ପାଇଁ ଆରମ୍ଭ ହୋଇଥିବା ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ବାର୍ତ୍ତା ପହଞ୍ଚାଇବା ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଂଗ୍ରେସ ଦ୍ଵାରା ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଆମ୍ବଗାଁ ଗ୍ରାମ ପଞ୍ଚାୟତରେ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ନିତି ଆଦର୍ଶକୁ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ସହ, ବିଜେଡି ଓ ବିଜେପିର ଗରିବ ମାରଣା ନିତି ଓ ସମସ୍ତ ସାଧାରଣ ଜନତାଙ୍କୁ କିଭଳି ଭାବେ ଶୋଷଣ କରୁଛନ୍ତି , ସେହି ବାର୍ତ୍ତା ନେଇ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ମଳିକଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ, ବ୍ଲକ ଉପସଭାପତି ଗୋପ ରଣା, ମଦନ ହରିପାଲ, ଚୈତନ୍ୟ ରଣା, ବରିଷ୍ଠ ନେତା ଉଚ୍ଛେଇ ବାରିକ, ବ୍ଳକ ସଂପାଦକ ଉଗ୍ରସେନ ପଟ୍ଟନାୟକ, ବିଶ୍ଵାମିତ୍ର ପାଢ଼ୀ, ନିତ୍ୟାନନ୍ଦ କର୍ମୀ, ସୁନାଧର ପୁଟେଲ, ସୁରେନ୍ଦ୍ର ରଣା ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।
କଣ୍ଟାମାଳ ରୁ ପ୍ରଭାତ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିୟୁଜ



