Orisha
ବାଲୁବିଶି ରେ” ଇଦ ମିଲାଦୁନ ନବୀ” ପାଳିତ


ତିର୍ତ୍ତୋଲ :- ଫ୍ରଫେଟ ମହମ୍ମଦ ଙ୍କ ଜନ୍ମ ଉପଲକ୍ଷେ ମାଇନୋରିଟି ମୁସଲିମ ସମୁଦାୟ ତରଫରୁ ମହମ୍ମଦଙ୍କ ବାର୍ତ୍ତା ଥିବା ଫ୍ଲାଗ ହାତରେ ଧରି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣନନ୍ଦପୁର ବାଲୁବିଶି ଓ ତେଣ୍ଡାକୁଡା ପଞ୍ଚାୟତ ମଧ୍ୟରେ ଏକ ଶାନ୍ତି ଶୋଭାଯାତ୍ରା କରାଯାଇଥିଲା !ଶତାଧିକ ଭାଇମାନେ ଏହି ଶୋଭାଯାତ୍ରାରେ ସାମିଲ ଥିଲେ ! ଏହି କାର୍ଯ୍ୟକ୍ରମ ର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ ହାଜି ଶେଖ ତୟାବ ଅଲ୍ଲୀ, ସେକ ଅଜଗର ଅଲ୍ଲୀ, ମୀର ଅଖତାର ଅଲ୍ଲୀ,ସୟେଦ ଏଯାଜ ଅଲ୍ଲୀ, ୱାସୀମ ଉଦ୍ଦିନ, ମହମ୍ମଦ ସଇଦ,ରେହନ ରାଜା, ଏବଂ “ତାଜ ଉସ ସାରିଆ” ର ସମସ୍ତ ସଦସ୍ୟ ମାନେ ! ପ୍ରଫେଟ ମହମ୍ମଦ ସାରା ସଂସାର ପାଇଁ ଶାନ୍ତିର ବାର୍ତ୍ତା ନେଇ ଜନ୍ମ ନେଇଥିଲେ ! ଏହି ଦିନ ମାନଙ୍କରେ ସାରା ପୃଥିବୀ ପାଇଁ ଶାନ୍ତି ଆବଶ୍ୟକ ! ତେଣୁ ଜନ୍ମଦିନ ଉପଲକ୍ଷେ ଶାନ୍ତିର ବାର୍ତ୍ତା ପ୍ରଚାର କରିବାକୁ ପ୍ରତିବର୍ଷ ଶୋଭାଯାତ୍ରାର ଆୟୋଜନ କରାଯାଇଥାଏ !
ତିର୍ତ୍ତୋଲରୁ ସନାୱାର ଅଲ୍ଲୀଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା!



