Orisha

ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ସ୍ୱଚ୍ଛତା ହିଁ ସେବା ରୂପେ ପାଳନ ” l

ବୌଦ୍ଧ -୦୧.୧୦- ( ହୃଦାନନ୍ଦ ମେହେର )- ଆଜି ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ଓ ମଣ୍ଡଳ ସ୍ତରରେ ଓ ବୁଥ ସ୍ତରୀୟ ସ୍ୱଚ୍ଛତା ହିଁ ସେବା ରୂପେ ଜିଲ୍ଲା ରେ ମହାସମାରୋହରେ ପାଳିତ ହୋଇଯାଇଛି । ୨୦୧୪ ମସିହା ରେ ଦେଶର ଯସସ୍ଵି
ପ୍ରଧାନ ମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି , ଦେଶ ବାସୀଙ୍କୁ” ସ୍ୱଚ୍ଛତା ହିଁ ସେବା” ମୂଳମନ୍ତ୍ର ର ସନ୍ଦେଶ ଦେଇ” ବାପୁ ” ଙ୍କ ସ୍ବଚ୍ଛ ଭାରତ ଅଭିଯାନ ସ୍ବପ୍ନ କୁ ସାକାର କରିବା ନିମନ୍ତେ ଆହ୍ବାନ ଦେଇଥିଲେ । ପ୍ରଧାନ ମନ୍ତ୍ରୀ ନିଜେ ଝାଡୁ ଧରି ଅଳିଆ ସଫା କରିବା ଏବଂ ଏହାକୁ ଉଠାଇ ଡଷ୍ଟବିନ ରେ ପକେଇବା ର କାର୍ଯ୍ୟ କରିବା ସହିତ ନିରନ୍ତର ସନ୍ଦେଶ ମାଧ୍ୟମରେ ସେ ଜନ ସାଧାରଣ ଙ୍କୁ ସ୍ୱଚ୍ଛତା ପ୍ରତି ପ୍ରେରଣା ଦେଇଛନ୍ତି ।ସେ କହିଛନ୍ତି ଯେ ,ଆମ ସରକାର ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରେରଣା ରେ ପ୍ରେରିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନ ସହିତ ସ୍ୱଚ୍ଛତା ଏବଂ ପୋଷଣ ଉପରେ ବିଶେଷ ଧ୍ୟାନ ଦେଇ ଆସିଛନ୍ତି ।ଏହ। ପଛରେ ଅlମର ବ୍ୟାପକ ଆଭିମୁଖ୍ୟ ରହିଛି । ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ,ନିଜେ ରହୁଥିବା ସାହି ବସ୍ତି ,ପାଖ ପଡୋଶୀ, କୌଣସି ପାର୍କ ,ନଦୀ ଏବଂ ପର୍ବତ ଶିଖର ଭଳି ସାର୍ବଜନୀନ ସ୍ଥଳରେ ସ୍ୱଚ୍ଛତା ଅଭିଯାନରେ ନିଶ୍ଚିତ ରୂପେ ସାମିଲ ହୁଅନ୍ତୁ । ଏଣୁ ଆଜି ଜିଲ୍ଲା ସ୍ତରରେ ବାପୁଜୀ ନଗର ର ଦଳିତ ବସ୍ତିରେ ସଫେଇ କରି ବା ସହିତ , ଏକ ଘଣ୍ଟା ଶ୍ରମ ଦାନ କରାଯାଇଥିଲା । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଜିଲ୍ଲା ବିଜେପି ର ବରିଷ୍ଟ ନେତୃବୃନ୍ଦ ସର୍ବଶ୍ରୀ ତାପସ କୁମାର ପଟ୍ଟନାୟକ, ରାଜ କୁମାର ମେହେର, ମନ ରଞ୍ଜନ ଦାସ, ଶ୍ରୀମତୀ ନମିତା ରାଣୀ ଦାସ , ରାଜୀବ ଦେହୁରୀ, ତ୍ରିନାଥ ଖପ ର ର୍ଧୁଆ,ଲଳିତ ଦେହୁରୀ, ବିଭୀଷଣ ମିର୍ଦ୍ଧା ,ସ୍ବାଗତ ଦେହୁରୀ,ଧରଣୀ ,
ମେନକା ଦେହୁରୀ ,ନିରଞ୍ଜନ ଦାନୀ ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button