ଆଠଦିନର ସଂଘର୍ଷ ପରେ ହାତୀପଲ ଘଉଡାଇବାରେ ସଫଳ ହେଲେ ବନବିଭାଗ,ଚାଷୀକୂଳ ଆଶ୍ୱସ୍ତ, କ୍ଷତିପୂରଣ ଦେବାକୁ ଦାବି


କଣ୍ଟାମାଳ, ତା ୧/୧୦:(ପ୍ରଭାତ କୁମାର ସାହୁ)ଆଠ ଦିନର ସଂଘର୍ଷ ପରେ ୧୨ଟିକିଆ ହାତୀପଲକୁ ଘଉଡାଇବାରେ ସଫଳ ହୋଇଛନ୍ତି କଣ୍ଟାମାଳ ବନ ବିଭାଗ। ହାତୀପଲଙ୍କୁ ଘଉଡାଇବା ପାଇଁ ଉକ୍ତ ଅପରେସନରେ ବୌଦ୍ଧ ଜିଲ୍ଲା ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶକ୍ରମେ ତଥା କଣ୍ଟାମାଳ ବନାଞ୍ଚଳର ରେଞ୍ଜର କ୍ଷୀରାବ୍ଧି ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବନାଞ୍ଚଳରେ ସମସ୍ତ ଫରେଷ୍ଟର, ଗାର୍ଡ ଓ କର୍ମଚାରୀ ଦିନ ରାତି ଏକକରି ଶେଷରେ ସଫଳ ହୋଇଛନ୍ତି। ସୂଚନାମତେ ଦୀର୍ଘ ଆଠଦିନ ହେଲା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ଅଧିନ ଘଣ୍ଟାପଡ଼ା ସେକସନର ତେଲ ନଦୀ ତଟସ୍ଥ ଗ୍ରାମରେ ୧୨ଟିକିଆ ହାତୀପଲ ବହୁତ ଫସଲ କ୍ଷୟକ୍ଷତି କରିଛନ୍ତି। ଏପରିକି ଗ୍ରାମ ମୁଣ୍ଡରେ ଥିବା ଏକଘରିଆ ଲୋକେ ଭୟ ଭୀତ ହୋଇ ନିଜ ପରିବାର ସହ ଗ୍ରାମ ଭିତରେ ଆଶ୍ରୟ ନେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଶେଷରେ ଗତ ଶନିବାର ପଣ୍ଟାପଡ଼ା ବାଲିଘାଟ ଦେଇ ନଦୀରେ ପାର ହୋଇ ସୋନପୁର ଜିଲ୍ଲାକୁ ଚାଲିଯାଇଛନ୍ତି। ଡ୍ରୋନ କ୍ୟାମେରାରୁ ଉଠାଯାଇଥିବା ଫଟୋଚିତ୍ରରୁ ହାତୀ ଫଳରେ ୩/୪ଟି ଛୁଆ ଥିବାର ଅନୁମାନ କରାଯାଏ। ହେଲେ ଏହି ୧୨ଟିକିଆ ହାତୀପଲ ଘଣ୍ଟାପଡ଼ା ପଞ୍ଚାୟତ ଅଧିନସ୍ଥ ତେଲ ନଦୀ କୂଳରେ ଥିବା ଘଣ୍ଟାପଡ଼ା ,ଲଣ୍ଡାପଦର, ମାଣିକପୁର,ତମ୍ଵାସିନା, ଶ୍ରୀମାଳ ଆଦି ଗ୍ରାମର ଚାଷଜମି ଥିବା ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ କରି ଚାଲିଯାଇଛନ୍ତି। ଫଳରେ ଚାଷୀଙ୍କର ବର୍ଷକର ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି। ତାଙ୍କର କ୍ଷୟକ୍ଷତି ଆକଳନ କରି ଶିଘ୍ର କ୍ଷତି ପୁରଣ ଦେବାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଚାଷୀନେତା ଗୋପୀନାଥ କହଁର ଓ ଉମେଶ ରଣା। ଏପଟେ ହାତୀ ପାଇଁ ପ୍ରତ୍ୟହ ସଂଧ୍ୟା ୬ଟାରୁ ହାତୀର ଗତିବିଧିର ବନ ବିଭାଗ ତରଫରୁ ଆଦେଶ ନଆସିବା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ରହୁଥିଲା। ଫଳରେ ମାଣିକପୁର ଫିଡର ର ପ୍ରାୟ ୧୦୦୦ ଉପଭୋକ୍ତ ଅନ୍ଧାରରେ. ରହୁଥିଲେ । ଫଳରେ ଗୁଳ୍ମଗୁଳି ସମୟରେ ଲୋକେ ବିଜୁଳି ନ ପାଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଥିଲେ। ଏବେ ସ୍ୱାଭିବିକ ପୁଣି ବିଦ୍ୟୁତ ପାଇବେ ବୋଲି ଘଣ୍ଟାପଡ଼ା ଗ୍ରୀଡର ଲାଇନମେନ ପ୍ରଦିପ କୁମାର ସାହୁ ସୂଚନା ଦେଇଛନ୍ତି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



