Orisha
ରୁଣ୍ଡିମହୁଲ ସ୍କୁଲ ପଡ଼ାରେ ସଫେଇ କାର୍ଯ୍ୟକ୍ରମ


କଣ୍ଟାମାଳ,୧।୧୦: (ପ୍ରଭାତ କୁମାର ସାହୁ)ଭାରତ ସରକାରଙ୍କ ଆହ୍ୱାନକ୍ରମେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତର ସ୍କୁଲ ପଡା ଠାରେ ପଞ୍ଚାୟତ ନୋଡାଲ ଅଧିକାରୀ ସତିଶ ଦାସଙ୍କ ଅଧ୍ୟକ୍ଷତାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରୁଣ୍ଡିମହୁଲ ପଞ୍ଚାୟତର ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏବଂ ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନର ପୂର୍ଣ୍ଣଚରଣ ସାହୁ ପରିଚାଳନା କରିଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



