ଆନନ୍ଦ ମଣ୍ଡପରେ ଉଦଘାଟିତ ହେଲା ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୩


ତିର୍ତ୍ତୋଲ :- ସରକାରଙ୍କର ବହୁମୁଖୀ ଯୋଜନା ମଧ୍ୟରୁ ଏପରି ଅନେକ ଯୋଜନା ରହିଛି ଯାହା ପୃଷ୍ଟିକର ପୋଷକ ଖାଦ୍ୟ ଭାବେ ମଣିଷ ମାନଙ୍କୁ ସମର୍ଥ ସ୍ୱାସ୍ଥ୍ୟ ଯୋଗାଇ ପାରିବ !ସେମିତି ଏକ କାର୍ଯ୍ୟକ୍ରମ ଯାହାକି ଷଷ୍ଠତମ ରାଷ୍ଟ୍ରୀୟ ପୋଷଣ ମାସ-2023 ଆୟୋଜନ କରାଯାଇଛି,ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅଧିନ, ନିଶାମଣି ସରଣି ସ୍ଥିତ ଆନନ୍ଦମଣ୍ଡପ ର ସଭାଗୃହ ରେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ତିର୍ତ୍ତୋଲ ବ୍ଲକ ବିଜେଡ଼ିର ସଭାପତି ତଥା ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ ସଭାପତିତ୍ବ କରିଥିଲା ବେଳେ, ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନାରୀନେତ୍ରୀ ଡକ୍ଟର ମିନତୀ ବେହେରା ! ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ବିଡିଓ ତପନ କୁମାର ସେନାପତି, ଜିଲ୍ଲାପରିଷଦ ରଞ୍ଜିତା ସିଂହ, ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ଜଗତସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରର ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଜନସ୍ୱାସ୍ଥ୍ୟ ଅଧିକାରିଣୀ ପୁଷ୍ପାଞ୍ଜଳି ବେହେରା, ଏବଂ ସ୍ୱତନ୍ତ୍ର ଅତିଥିଭାବେ ମହିଳା କମିଶନ ସଚିବ ବିଚିକା ସ୍ୱାଇଁ ଯୋଗଦେଇଥିଲେ !ସ୍ଵାସ୍ଥ୍ୟ ହିଁ ସମ୍ପଦ, ଏହି ଅମୂଲ୍ୟସମ୍ପଦ କୁ ରକ୍ଷା କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ଵ। ଆମ ରାଜ୍ୟର ମହିଳା ମାନେ , ନିଜ ନିଜର ବାଡିବଗିଚାରେ ବିଭିନ୍ନ ପ୍ରକାର ପନିପରିବା ଓ ଫଳ ଫୁଲ ଗଛ ଲଗାଇ , ସେଥିରୁ ଆମଦାନୀ ହେଉଥିବା ତଟକା ପନିପରିବା ଖାଇବା ଦ୍ୱାରା ବହୁ ରୋଗବ୍ୟାଧି ରୁ ରକ୍ଷା ମିଳିଥାଏ !ଆମର ସରକାର ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଆଜି ଗାଁ ଗହଳି ରୁ ଆରମ୍ଭ କରି ସହର ନଗରୀ ପର୍ଯ୍ୟନ୍ତ ସ୍ବାବଲମ୍ବୀ କରାଇ ପାରିଛନ୍ତି ବୋଲି ଉକ୍ତ ସଭାରେ ଉପସ୍ଥିତ ଥିବା ଶତାଧିକ ମହିଳା ଓ ଆଶା କର୍ମୀ ମାନଙ୍କୁ ଉପସ୍ଥିତ ଅତିଥିବୃନ୍ଦ ନିଜ ନିଜର ତଥ୍ୟସମ୍ବଳିତ ବକ୍ତବ୍ୟ ପ୍ରଦାନ କରିଥିଲେ !ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାପୂର୍ବରୁ ପ୍ରଦୀପ ପ୍ରଜ୍ବଳନ , ଜାତୀୟ ସଙ୍ଗୀତ ଗାନ ଓ କୁନି କୁନି ପିଲା ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ନୃତ୍ୟ ସଙ୍ଗୀତ ଓ ଚିତ୍ରକଳା ଆଦି ପରିବେଷଣ କରାଯାଇଥିଲା ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଯୁବନେତା ତପନ କୁମାର ମହାନ୍ତି , ଯୁବ ବିଜେଡ଼ି ନେତା ସୁବ୍ରତ ଦାସ ଓ ନିଲୁ ମହାପାତ୍ର ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



