ଡାକ୍ତର ପଦବୀ ପୂରଣ ଦାବିରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ l


ବୌଦ୍ଧ -30/09 -ଛଅ ମାସ ଧରି ବିଭିନ୍ନ ବିଭାଗରେ ଡାକ୍ତର ପଦବୀ ଖାଲିଥିବା ନେଇ ଆଜି ନାଗରିକ କମିଟି ଜିଲ୍ଲା ପାଳ ଙ୍କୁ ଦାବିପତ୍ର ଦେଇଥିବl ଦେଖିବାକୁ ମିଳିଛି!ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଦିନେ ସ୍ତ୍ରୀ ଓ ପ୍ରସୂତି ବିଭାଗ ର କାର୍ଯ୍ୟକାରିତା ନେଇ ସୁନାମ ଅର୍ଜନ କରିଥିଲା l ଉକ୍ତ ଡାକ୍ତର ଖାନା ଉପରେ 17ଖଣ୍ଡ ପଞ୍ଚାୟତ ବlସି ନିର୍ଭର କରୁଥିବା ବେଳେ 6ମାସ ଧରି ଡାକ୍ତର ଖାନରେ ସ୍ତ୍ରୀ ଓ ପ୍ରସୂତି, ଏବଂ ଅନ୍ୟ ବିଭାଗ ର ଡାକ୍ତର ନ ଥିବାରୁ ଏବେ ଜଣ ସାଧାରଣ ବାହାର ଜିଲ୍ଲା ଉପରେ ନିର୍ଭର କରିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରେ ବଞ୍ଚିତ ହେଉଥିବା ନେଇ ବହୁ ବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ପୂର୍ବତନ ଜିଲ୍ଲପାଳ ସତ୍ୟ ରଞ୍ଜନ ସାହୁ ଙ୍କୁ ଅଭିଯୋଗ କରି ଆସୁଥିଲେ କିନ୍ତୁ କୌଣସି ଦାବି ପୂରଣ ନ ହେବାରୁ ଆଜି ମନମୁଣ୍ଡା ନାଗରିକ କମିଟି ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଙ୍କୁ ଡାକ୍ତର ପଦବୀ ପୂରଣ ପାଇଁ ଦାବିପତ୍ର ଦେଇଥିଲେ!ଜିଲ୍ଲପାଳ ଆସନ୍ତା 7ଦିନ ଭିତରେ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ନିଯୁକ୍ତି ଦେବା ସହିତ ଆଗାମୀ ଦିନରେ ଅନ୍ୟ ବିଭାଗ ଡାକ୍ତର ପଦବୀ ପୂରଣ ପାଇଁ ପ୍ରତିଶୃତି ଦେଇଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଯଦି 10ଦିନ ଭିତରେ ଡାକ୍ତର ପଦବୀ ପୂରଣ ନ ହୁଏ ତାହେଲେ ଜାତୀୟ ରାଜପଥ କୁ ସାଧାରଣ ଜନତା ଓଲ୍ହାଇବେ ବୋଲି ନାଗରିକ କମିଟି ଚେତାବନୀ ଦେଇଛି l
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



