ଗାଁ ରେ ଝାଡା ବାନ୍ତି ଆକ୍ରାନ୍ତ


ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି। ପ୍ରାୟ 30 ରୁ ଉର୍ଦ୍ଧ ବ୍ୟକ୍ତି ଝାଡ଼ାବାନ୍ତି ରେ ଆକ୍ରାନ୍ତ ମଧ୍ୟରୁ 16 ସୁସ୍ଥ ହୋଇଥିବା ବେଳେ ପ୍ରାୟ ଦେଢ ମାସ ରେ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମ କୁ ପାଇପ ଯୋଗେ ଯୋଗାଣ ହେଉଥିବା ପାଇପ୍ ଲାଇନ୍ ଫାଟି ଯିବା ସତ୍ତ୍ବେ ସେହି ଫଟା ପାଇପ୍ ଦେଇ ଜଳ ଯୋଗାଣ ହେଇଥିଲା। ଫଳରେ ସେଥିରେ ଯୋଗାଣ ହେଉଥିବା ଦୂଷିତ ପାଣିପିଇ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ର ଏସଡିଏମଓ ସପ୍ନେଶ୍ୱର ବେହେରା ଙ୍କୁ ଯୋଗାଯୋଗ କରିବାରୁ କମିରା ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ବିଭାଗ ଏଥିପ୍ରତି ତତ୍ପର ରହିଛି ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା ଓ ଉପଖଣ୍ଡିୟ ମେଡିକାଲ ଟିମ୍ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି l ଏବେ ମଧ୍ୟ 14 ଜଣ ରୁ ଅଧିକ ଆକ୍ରାନ୍ତ ଅଛନ୍ତି l ମେଡିକାଲ ପକ୍ଷରୁ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି l
ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନିୟୁଜ



