ମାତୃଶକ୍ତି ମହିଳା କୃଷକ ଉତ୍ପାଦକ କମ୍ପାନୀର ତୃତୀୟ ବାର୍ଷିକ ବୈଠକ


କଣ୍ଟାମାଳ, ତା: ୩୦/୯(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧିନ ଉମା ପଞ୍ଚାୟତ ସ୍ଥିତ ରେଘାମୁଣ୍ଡାର କଲ୍ୟାଣ ମଣ୍ଡପରେ ମାତୃଶକ୍ତି ମହିଳା କୃଷକ ଉତ୍ପାଦକ କମ୍ପାନୀର ତୃତୀୟ ବାର୍ଷିକ ବୈଠକ କମ୍ପାନୀର ନିର୍ଦ୍ଦେଶିକା ଶ୍ରୀମତୀ ଦୁହିତା ମନହିରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ବ୍ଲକ ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ସେଠୀ, ସମ୍ମାନୀତ ଅତିଥିଭାବେ ଉଦ୍ୟାନ ବିଭାଗ କ୍ଷେତ୍ର ପରିଦର୍ଶକା ଶ୍ରୀମତୀ କୌଶଲ୍ୟା ତରିଆ, ଘଣ୍ଟାପଡ଼ା ପ୍ରାଣୀଧନ ଚିକିତ୍ସିକା ଶ୍ରୀମତୀ ପ୍ରଜ୍ଞାସିନୀ ପ୍ରଧାନ ଓ ୱାଇସିଡିଏର ପ୍ରୋଗ୍ରାମ ଅଫିସର ପୂର୍ଣ୍ଣଚନ୍ଦ୍ର ଖଟୁଆ ଓ ମୂଖ୍ୟବକ୍ତା ଭାବେ ମହିଳା ମିଶନ ଶକ୍ତିର କାର୍ଯ୍ୟକାରୀ ସଂଯୋଗକ ବିଶ୍ଵ ଭୂଷଣ କହିଁର ଯୋଗଦେଇଥିଲେ।ବୈଠକରେ କମ୍ପାନୀର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଜିତ ମିଶ୍ରଙ୍କ ଆର୍ଥିକ ବର୍ଷ୨୨/୨୩ର ବାର୍ଷିକ ବିବରଣୀ ପଠନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ସମସ୍ତ ଅତିଥି ବୃନ୍ଦ ମହିଳା ଉଦ୍ୟୋଗୀଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ସମସ୍ତ ଚାଷ, କୁକୁଡ଼ା, ବଡ଼କ, ଗୋପାଳନ, ଛେଳି ମେଣ୍ଢା ପାଳନ କରି କିପରି ନିଜର ଆୟବୃଦ୍ଧି ପାଇବା ସଙ୍ଗେସଙ୍ଗେ ସମୃଦ୍ଧ ଓଡିଶା ଗଠନ ହେବ ତା ଉପରେ ମନ୍ତବ୍ୟ ରଖିଥିଲେ। ଉକ୍ତ ବୈଠକରେ ୬ଟି ପଞ୍ଚାୟତର ମହିଳା ଉଦ୍ୟୋଗିଙ୍କ ସହ ପ୍ରାୟ ୫୦୦ ମହିଳା ଯୋଗ ଦେଇଥିଲେ।ପରେ ଆର୍ଥିକ ବର୍ଷ ୨୨/୨୩ର ଆୟବ୍ୟୟ ହିସାବ ପରେ ଭଲ ମହିଳା ଉଦ୍ୟୋଗୀ ଗୋଷ୍ଠୀ ଭାବେ ୨ଟି ଗ୍ରୁପକୁ ଓ ୨ ଜଣଙ୍କୁ ଉଦ୍ୟୋଗି ମିତ୍ରଭାବେ କମ୍ପାନୀ ପକ୍ଷରୁ ଅତିଥିଙ୍କ ଦ୍ଵାରା ସମ୍ମାନୀତ କରାଗଲା। ଶେଷରେ ରଶ୍ମିତା ମଲିକ ଧନ୍ୟବାଦ ଦେଇଥିଲେ। ବୈଠକରେ ଉଦ୍ୟାନ ବିଭାଗର ଉଦ୍ୟାନ ସାଥୀ, ୱାଇସିଡିଏର କର୍ମକର୍ତ୍ତାସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



