Orisha

ସ୍ବର୍ଗତଃ ବାବାଜୀ ରାଉଳ ଙ୍କ ଚତୁର୍ଦ୍ଦଶାହ ଉପଲକ୍ଷେ ସାଧୁସନ୍ଥ ପୂଜନ କାର୍ଯ୍ୟକ୍ରମ   

ତିର୍ତ୍ତୋଲ :- ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ କନକପୁର ନିବାସିନୀ ଝଙ୍କଡ଼ର ମା’ଶାରଳା ଙ୍କର ନିତ୍ୟସେବକ ସ୍ୱର୍ଗତ ବାବାଜୀ ରାଉଳ ଙ୍କ ଚତୁର୍ଦ୍ଦଶାହ ଉପଲକ୍ଷେ ଶନିବାର ଦିନ ବାବା କନକେଶ୍ୱର ମହାଦେବ ଙ୍କ ମନ୍ଦିର ସମ୍ମୁଖରେ , ମହାମନ୍ତ୍ର ନାମଯଜ୍ଞ , ଗୀତାଯଜ୍ଞ ଓ ସାଧୁ ସନ୍ଥ ମହାତ୍ମା ପୂଜନ କାର୍ଯ୍ୟକ୍ରମ, ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାବା ସୀତାରାମ ଦାସ , ବାବା ବାଇଧର ଦାସ , ବାବା ନୀଳାଚଳ ଦାସ , ମହନ୍ତ ଦିବ୍ୟକୃଷ୍ଣ ଦାସ , ମହନ୍ତ ମନୋହର ଦାସ , ବାବାଜୀ ଜଗନ୍ନାଥ ଦାସ ଓ ସ୍ବାମୀ ଗିରିଜା ନନ୍ଦ ପର୍ବତ ପ୍ରମୁଖ ଓଡିଶା ସାଧୁ ସନ୍ଥ ସମାଜ ର ବହୁ ସାଧୁ ସନ୍ଥ ମହାତ୍ମା ମାନେ ଯୋଗଦେଇ ସ୍ୱର୍ଗତ ବାବାଜୀ ରାଉଳ ଙ୍କ ସ୍ମୃତିଚାରଣ କରିବା ଅବସର ରେ ଜୀବନ ଓ ମୃତ୍ୟୁ ର ରହସ୍ୟ ସମ୍ପର୍କରେ ପୁରାଣ ଶାସ୍ତ୍ର ର ଉଦାହରଣ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ୱର୍ଗତ ବାବାଜୀ ରାଉଳ ଙ୍କ ପୁତ୍ର ହରେକୃଷ୍ଣ ରାଉଳ ଓ ନାତି ପ୍ରଳୟ ରାଉଳ ନିମନ୍ତ୍ରିତ ସାଧୁ ସନ୍ଥ ମହାତ୍ମା ମାନଙ୍କୁ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚନା କରିବା ସହିତ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଜୟ କୁମାର ରାଉଳ , ଅରକ୍ଷିତ ରାଉଳ , ବିଶ୍ବରଂଜନ ରାଉଳ, ଚନ୍ଦନ ରାଉଳ , ସିଦ୍ଧାର୍ଥ ରାଉଳ , ପ୍ରଭାକର ରାଉଳ ଓ ରମାକାନ୍ତ ରାଉଳ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ସତସଙ୍ଗ ପୂର୍ବରୁ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇ ଥିଲା ବେଳେ, ସତସଙ୍ଗ ଶେଷରେ ଜୟ ଜଗନ୍ନାଥ ଧ୍ଵନି ରେ ସଭାସ୍ଥଳ ପ୍ରକମ୍ପିତ ହୋଇ ଉଠିଥିଲା !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button