Orisha
ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ନିମନ୍ତେ ମେଗା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ l


ବୌଦ୍ଧ -30-09- ସ୍ଵଚ୍ଛତା ହିଁ ସେବା ଓ ଆବର୍ଜନା ମୁକ୍ତ ଭାରତ କାର୍ଯ୍ୟକ୍ରମ ନିମନ୍ତେ ବୌଦ୍ଧ NAC ପକ୍ଷରୁ ମେଗା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି l ସଂପୂର୍ଣ୍ଣ ପରିମଳ ସହରରେ ପରିଣତ କରିବା ଲକ୍ଷ୍ୟ ନେଇ NAC ପକ୍ଷରୁ ଏହି ମେଗା ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା l ମୁଖ୍ୟ ଅତିଥି ଭାବେ ଯୋଗଦେଇ NAC chairman ମୃତ୍ୟୁଞ୍ଜୟ ମିଶ୍ର ମେଗା ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ l ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମରେ NAC chairman ମୃତ୍ୟୁଞ୍ଜୟ ମିଶ୍ର , ନିର୍ବାହି ଅଧିକାରୀ ମନରଂଜନ ପଣ୍ଡା ଯୋଗ ଦେଇ ଲୋକମାନଙ୍କୁ ବୁଝାଇବା ସହ ସହରକୁ ସୁନ୍ଦର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସଚେତନତା ଶୋଭାଯାତ୍ରାରେ ଉପ ନଗରପାଳ, ୱାର୍ଡ ମେମ୍ବର ,ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥି, ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



