Orisha

ଗଣପତି କ୍ଲବ ଦ୍ୱାରା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ 

 

କଣ୍ଟାମାଳ, ତା ୩୦/୯ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଘୁଲୁଘୁଲାପଦର ଗ୍ରାମରେ ଗଣପତି କ୍ଲବର ଉପଦେଷ୍ଟା ଦେବାଶିଷ ମଲିକଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି !କଣ୍ଟାମାଳ ବ୍ଲକ ପରିମଳ ବିଭାଗର ମାଷ୍ଟର ଟ୍ରେନର ପୂର୍ଣ୍ଣ ଚରଣ ସାହୁ ଓ ରଞ୍ଜନ କୁମାର ପାତ୍ର ଯୋଗଦେଇ ଗଣପତି କ୍ଲବର ସଦସ୍ୟମାନଙ୍କୁ ବୁଝାଇଥିଲେ ! କ୍ଲବର ସଦସ୍ୟ ପ୍ରଦୀପ ନାଏକ, ସୁବାଷ ମଲିକ, ପ୍ରକାଶ ନାଏକ, ଉତ୍ତମ ମନହିରା, ଆନନ୍ଦ କବାଟ ପ୍ରମୁଖ ଉପସ୍ଥିତ ଥିଲେ ! ସେହିପରି କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଅନ୍ତର୍ଗତ ଜୁନାନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶିକ୍ଷକ ବିଶ୍ୱନାଥ ସାହୁଙ୍କ ଅଧ୍ୟକ୍ଷତାରେ ସୂଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ପାଇଖାନା ବ୍ୟବହାର ହାତଧୁଆ କାର୍ଯ୍ୟକ୍ରମ ସଫେଇ କାର୍ଯ୍ୟକ୍ରମ ଉପରେ ମାଷ୍ଟର ଟ୍ରେନର ରଞ୍ଜନ କୁମାର ପାତ୍ର ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନର ପୂର୍ଣ୍ଣ ଚରଣ ସାହୁ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସହକାରୀ ଶିକ୍ଷକ ବିନୋଦ ସୁନା ସ୍ୱାଗତ ଭାଷଣ ଦେଇଥିଲେ ଶେଷରେ ପ୍ରଧାନ ଶିକ୍ଷକ ନରେନ୍ଦ୍ର ଭୋଇ ଧନ୍ୟବାଦ ଦେଇଥିଲେ !

 

କଣ୍ଟମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button