ନୂଆପାଲି ହାଇସ୍କୁଲରେ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ


କଣ୍ଟାମାଳ, ତା ୩୦/୯ (ପ୍ରଭାତ କୁମାର ସାହୁ) ମୋ ସ୍କୁଲ ଅଭିଯାନର ସାମାଜିକ ସମୀକ୍ଷା ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଥାନା ଅଧୀନ ନୂଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନର ସଭାପତି ପ୍ରେମରାଜ ରଣାଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୋ ସ୍କୁଲ ଅଭିଯାନର ସଂପାଦକ ତଥା ପ୍ରଧାନଶିକ୍ଷକ ଅନନ୍ତ ଚରଣ କ୍ଷେତି ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ରଙ୍କଠାରୁ ଆଦାୟ ହୋଇଥିବା ଟଙ୍କା ଏବଂ ସରକାରଙ୍କ ଦ୍ଵାରା ୨ ଗୁଣ ଅନୁଦାନ ନିର୍ମିତ ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟର ବିବରଣୀ ପାଠ କରିଥିଲେ। ଉକ୍ତ ବୈଠକରେ ଉପସ୍ଥିତ ଥିବା ମୋ ସ୍କୁଲ ଅଭିଧାନର ଅଡିଟର ସ୍କୁଲ ପରିଚାଳନା କମିଟୀର ସଭାପତି ବିବତ୍ସ ଭୋଇ, ଶିକ୍ଷାବିତ ଦିଗାମ୍ବର ସାହୁ, କଣ୍ଟାମାଳ ହାଇସ୍କୁଲର ଆଲୁମିନି ସଦସ୍ୟ ଦିବ୍ୟଶଙ୍କର ରାଉତ , ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀ ରଣା ଓ ପ୍ରଧାନଶିକ୍ଷକ ଶ୍ରୀକ୍ଷେତିଙ୍କ ସମେତ ଅବସର ପ୍ରାପ୍ତ ଆମ୍ବଗାଁ ହାଇସ୍କୁଲର ପ୍ରଧାନଶିକ୍ଷକ ଦେବରାଜ ସାହୁ, ପୂର୍ବତନ ସ୍କୁଲ ପରିଚାଳନା କମିଟୀର ସଭାପତି କରୁଣାକର ସାହୁ ଉପସ୍ଥିତିରେ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ବିଦ୍ୟାଳୟର ଉନ୍ନତିକରଣ ପାଇଁ ବିଭିନ୍ନ ଆବଶ୍ୟକୀୟ କାର୍ଯ୍ୟ ପାଇଁ ମତାମତ ଲୋଡିଥିଲେ। ଏହି ବୈଠକରେ ମୋସ୍କୁଲ ଅଭିଯାନର ସଦସ୍ୟ, ଅଭିଭାବକ ଓ ବହୁ ବୃଦ୍ଧିଜୀବୀ ଉପସ୍ଥିତ ରହିଥିଲେ । ସହକାରୀ ଶିକ୍ଷକ ଜବରସିଂ ବନଛୋର ସଭା ପରିଚାଳନା ଓ ଧନ୍ୟବାଦ ଦେଇଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



